ବିମାନରେ ବସି ଫଗୁ ଓ ଅବିର ଖେଳରେ ମାତିଲେ ଦୋଳଗୋବିନ୍ଦ 

ଫଗୁ ଖେଳସହ ଭକ୍ତଙ୍କୁ ଦର୍ଶନ ଦେଲେ ଦେବାଦେବୀ

ଉଲୁଣ୍ଡା,୧୧/୩ : ବହୁ ଆଡମ୍ବରରେ ହୋଇଛି ଦୋଳ ମେଳଣ । ଭଗବାନଙ୍କ ସହ ହେଇଛି ଭକ୍ତର ମିଳନ । ବିମାନରେ ବସି ଫଗୁ ଓ ଅବିର ଖେଳରେ ମାତିଲେ ଦୋଳଗୋବିନ୍ଦ । ଏପଟେ ଯେ କେବଳ ଦୋଳଗୋବିନ୍ଦ ଅବିର ଖେଳୁଛନ୍ତି ତାହା ନୁହେଁ ବରଂ ଲାଗୁଛି ଯେମିତିକି ଫଗୁର ଫୁଆରାରେ ଫଗୁଣ ହୋଇଯାଇଛି ରଙ୍ଗୀନ । ବିମାନରେ ବସି ଗାଁ କୁ ଗାଁ ସାହି କୁ ସାହି ବୁଲିଛନ୍ତି ରାଧାକୃଷ୍ଣ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ନିଆରା ପର୍ବ ଫଗୁଣ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମା ଅବସରରେ ଉଲୁଣ୍ଡା ବ୍ଲକ କଦୋଦର ଗାଁର ମାଁ ଉମଦେବୀ ପୀଠରେ ଦୋଳ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି ।

ମାଁ ଉମାଦେବୀ ତାଙ୍କର ଭାଇ ଭଉଣୀଙ୍କ ସହିତ ଦୋଳ ମଣ୍ଡପକୁ ଆସି ଦୋଳି ଖେଳ ଓ ଫଗୁ ଖେଳ ସହ ଭକ୍ତଙ୍କୁ ଦର୍ଶନଦେଇଥିଲେ । ସେହିଭଳି ବିରମହାରାଜପୁର ଠାରେ ମଧ୍ୟ ଦୋଳ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମଧ୍ୟରାତ୍ରିରୁ ଠାକୁର ମାନେ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାହାରି ମେଳଣ ପଡିଆରେ ଏକତ୍ରିତ ହୋଇଥିଲେ । ସୁନ୍ଦର ଅଲୋକ ସଜ୍ଜା ସାଙ୍ଗକୁ ଆକର୍ଷଣ ଆତସବାଜି ପ୍ରଦର୍ଶନ, ଭଜନ କୀର୍ତ୍ତନ,ଘଣ୍ଟ, ଘଣ୍ଟି ଶୋଭାଯାତ୍ରା ଠାକୁରଙ୍କ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ଉକ୍ତ ଦୋଳମେଳଣ ରେ ୧୫ ରୁ ଅଧିକ ଦେବା ବିଗ୍ରହ ଦୋଳ ବିମାନରେ ଅଂଶଗ୍ରହଣ କରିଥିଲେ ।

ଉଲୁଣ୍ଡାରୁ ଶାନ୍ତନୁ କୁମାର କର୍ଣ୍ଣ ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.