ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶଙ୍କ ୨୬ତମ ଶ୍ରାଦ୍ଧବାର୍ଷିକୀ

+ ଅତିଥି କହିଲେ, ଜୀବନ ବିତାଇବା ଠାରୁ ଜୀବନ ଜିଇଁବା ଗୁରୁତ୍ୱପୂର୍ଣ୍ଣ
+ ‘ଜୀବନ ଜିଇଁବା ଓ ଜୀବନ ବିତାଇବା’ ଶୀର୍ଷକରେ ବକ୍ତବ୍ୟ ସନ୍ଧ୍ୟାରେ ହେଲା ଆଲୋଚନା

ବାଲେଶ୍ୱର,୧୬/୦୩(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଫକୀରମୋହନ ସାହିତ୍ୟ ପରିଷଦର ସ୍ରଷ୍ଟା ତଥା ଅନୁଷ୍ଠାନର ପ୍ରଥମ ସଭାପତି ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶଙ୍କର ୨୬ତମ ଶ୍ରାଦ୍ଧବାର୍ଷିକୀ ପାଳନ ଉପଲକ୍ଷରେ ଏକ ସାରସ୍ୱତ ଆସର ଶାନ୍ତିକାନନ ଠାରେ ଅନୁଷ୍ଠିତ ହୋଇଯାଇଛି । ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ ଥିଲେ ଜଣେ ଜୀବନବାଦୀ ସାହିତ୍ୟିକ । ଲୋକଜୀବନରୁ ବହୁ ସାଉଁଟା ଗୀତ ଓ କଥା ସଂଗ୍ରହ କରି ସେ ଓଡ଼ିଆ ଲୋକସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ତାଙ୍କ ଜୀବନବାଦୀ ଚେତନାକୁ ସମ୍ମାନ ଜଣାଇ ଫକୀରମୋହନ ସାହିତ୍ୟ ପରିଷଦ ଓ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ମିଳିତ ଆନୁକୁଲ୍ୟରେ ପରିଷଦର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ‘ଜୀବନ ଜୀଇଁବା ଓ ଜୀବନ ବିତାଇବା’ ଶୀର୍ଷକରେ ଏକ ବକ୍ତବ୍ୟ ସନ୍ଧ୍ୟା ଅନୁଷ୍ଠିିତ ହୋଇଯାଇଛି ।
ସଭାପତି ଡକ୍ଟର ଜେନା ତାଙ୍କ ଅଭିଭାଷଣରେ କୁଞ୍ଜବିହାରୀ ଦାଶଙ୍କର ସଂକ୍ଷିପ୍ତ ଜୀବନୀ ପ୍ରକାଶ କରଥିଲେ । ମୁଖ୍ୟବକ୍ତା ଡକ୍ଟର ଚୌଧୁରୀ ସତ୍ୟବ୍ରତ ନନ୍ଦ ଜୀବନ ବିତାଇବା ଠାରୁ ଜୀବନ ଜିଇଁବାକୁୁ ଗୁରୁତ୍ୱ ଦେଇ ଜୀବନ ଜିଇଁବାର ମାର୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦେହକୁ ସୁସ୍ଥ ରଖିବା ପାଇଁ ପ୍ରାଣାୟାମ କରିବା ସଙ୍ଗେ ସଙ୍ଗେ ମାନସିକ ଶାନ୍ତି ବଜାୟ ରଖିବା ଓ ସର୍ବୋପରି କଲମଚାଳନାକୁ ପ୍ରାଧାନ୍ୟ ଦେବା ଜୀବନ ଜିଇଁବା ପାଇଁ ଉପଯୁକ୍ତ ମାଧ୍ୟମ ବୋଲି ସେ ପ୍ରକାଶ କରିଥିଲେ । ସମ୍ମାନିତ ବକ୍ତା ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ କୁଞ୍ଜବିହାରୀ ଦାଶଙ୍କର ଗୋଟିଏ ଗଳ୍ପକୁ ଉଦାହରଣ ଦେଇ ଜୀବନ ଜିଇଁବା ଓ ବିତାଇବାର ପାର୍ଥକ୍ୟ ପ୍ରଦର୍ଶନ କରିଥିଲେ ।
ପ୍ରାରମ୍ଭରେ ଡାକ୍ତର କୁମାର ଗୋପାଳ ଓ ଗାଳ୍ପିକ ନିବାରଣ ଜେନା ବକ୍ତବ୍ୟ ପ୍ରଦାନ କରି ଜୀବନ ଏକ ଅମୂଲ୍ୟ ସମ୍ପଦ ହୋଇଥିବାରୁ ଏହିଭଳି ଆଲୋଚନା ଆମକୁ ଜିଇଁବାର ଖୋରାକ ଯୋଗାଇବ ବୋଲି ପ୍ରକାଶ କରିଥିଲେ । ତପନ ରାୟ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲା ବେଳେ ଦୀପକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ । କଲ୍ୟାଣୀ ନନ୍ଦ ‘ଜୀବନ ପାତ୍ର ମୋ ଭରିଛ କେତେ ମତେ’ ସଙ୍ଗୀତ ଗାନ କରିଥବା ବେଳେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ ଡକ୍ଟର ବଂଶୀଧର ଚୌଧୁରୀ ଜୀବନ ବିଷୟକ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ଦାଶ, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଶରତ କୁମାର ମହାପାତ୍ର, ଶିତୀକଣ୍ଠ ଦିକ୍ଷିତ, ଅରୁଣା ରାୟ, ପଦ୍ମଲୋଚନ ଦତ୍ତ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, ସଞ୍ଜୟ କୁମାର ପଣ୍ଡା, ଡକ୍ଟର ହେମମାଳା ଦାଶ, ରଶ୍ମୀରେଖା ପତି, ଅନସୂୟା ନାୟକ, ଜ୍ୟୋତ୍ସ୍ନା ରାୟ, ସନାତନ ଦାସ, ବିଶ୍ୱନାଥ ରଣା, ରମାକାନ୍ତ ମହାନ୍ତି, ନୃସିଂହ ଚରଣ ନାୟକ, ନିରଞ୍ଜନ ରାଉତ, ବିଦ୍ୟାଧର ସାହୁ, ଡକ୍ଟର କ୍ଷିତୀଶ୍ୱର ଦାଶ, ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ଦେ, ସୁବ୍ରତା ମହାନ୍ତି, ଚିତ୍ରାରାଣୀ ପାତ୍ର, ସ୍ୱାତୀ ମୁଖାର୍ଜ୍ଜୀ, ସ୍ନିଗ୍‌ଧା ସାମନ୍ତରାୟ, ମରୁତ୍ କୁମାର ରାଉତ, ଡକ୍ଟର ରମାକାନ୍ତ ନାୟକ, ଡକ୍ଟର ସନ୍ତୋଷ କୁମାର ନାୟକ, ବାସନ୍ତୀ କର, ଊର୍ମିଳା ନାୟକ, ମଧୁସୂଦନ ମାଝୀ, ଗୋପବନ୍ଧୁ ପୃଷ୍ଟି, ପ୍ରଭାକର ସାହୁ, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର, ମମତା ଦାସ, ଦାମୋଦର ନାୟକ ପ୍ରମୁଖ ଯୋଗ ଦେଇ ଆସରକୁ ସଫଳ କରିଥିଲେ ।

Omkar Vasthu
Omkar Vasthu

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.