ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ ସଉଦା ମନା

ଦୋକାନ ମାଲିକଙ୍କ ପାଇଁ କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶନାମା

Omkar Vasthu
Omkar Vasthu

ରାୟଗଡ,୨୯/୪: କୋଭିଡ-୧୯ ତଥା କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ବିଭିନ୍ନ ନିର୍ଦ୍ଦେଶନାମା । ଯାହାକୁ ପାଳନ କରାଗଲେ କରୋନା ସମସ୍ତଙ୍କ ଠାରୁ ଦୂରେଇ ରହିବ । ତେବେ ଲକଡାଉନ ସମୟରେ ଅତ୍ୟାବଶକୀୟ ସାମଗ୍ରୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳାରେ ସକାଳ ୬ଟାରୁ ୧୨ ପର୍ଯ୍ୟନ୍ତ ଦୋକାନ ବଜାର
ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଜାରି କରିବା ସହ ପ୍ରତ୍ୟେକ ଦୋକାନୀ ବ୍ୟବସାୟ କରିବା ସମୟରେ ଗ୍ରାହକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି କରିଥିଲେ । ଏହି ମର୍ମରେ ରାୟଗଡ ଜିଲ୍ଳା
ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଟାଉନ ଥାନା ପୋଲିସ ତରଫରୁ ରାୟଗଡ ସହରର ମୁଖ୍ୟ ବଜାର ସମେତ ବିିଭିନ୍ନ ସ୍ଥାନଗୁଡିକରେ ଥିବା ଦୋକାନ ମାଲିକମାନଙ୍କ
ପାଇଁ କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶନାମାଗୁଡିକ ପାଳନ କରିବା ନିମନ୍ତେ ଏକ ଅଙ୍ଗୀକାରନାମା ପତ୍ର ସ୍ୱାକ୍ଷର କରାଯାଉଛି । ନିର୍ଦ୍ଦେଶାନାମା ଅନୁଯାୟୀ ଦୋକାନ ସମ୍ମୁଖରେ ଗ୍ରାହକମାନେ ଅତିକମରେ ଏକ ମିଟର ଲେଖାଁଏ‌ ବ୍ୟବଧାନରେ ରହି ସାମାଜିକ ଦୂରତା ଅନୁପାଳନ କରିବେ, ଦୋକାନୀ ନିଜେ ଓ ଦୋକାନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏବଂ ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକ ନିଶ୍ଚିତ ରୂପେ ମାସ୍କ ପିନ୍ଧିବେ ଏବଂ ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ଦୋକାନୀ ସଉଦା ପାଇଁ ବାରଣ କରିବେ ବୋଲି ଉଲ୍ଳେଖ କରାଯାଇଥିବା ବେଳେ କୈାଣସି ଦୋକାନୀ ଉପରୋକ୍ତ ନିର୍ଦ୍ଦେଶନାମା ଖିଲାପ କରୁଥିବା ଦେଖାଗଲେ ତାଙ୍କ ଦୋକାନକୁ ପ୍ରଶାସନ ଦ୍ୱାରା ସିଲ କରିଦିଆଯିବ ବୋଲି ଚେତାବନୀ
ଦିଆଯାଇଛି । ସେହିପରି ଦୋକାନୀମାନେ କୋଭିଡ-୧୯ ସମ୍ବନ୍ଧୀୟ ଉପରୋକ୍ତ ନିର୍ଦ୍ଦେଶନାମାକୁ ମାନି ଚଳିବେ ଓ ଅବମାନନା କଲେ ନିଜେ ଦାୟି ରହିବେ ବୋଲି ସ୍ୱାକ୍ଷର
କରିବାକୁ ରାୟଗଡ ପୋଲିସ ତରଫରୁ କଡା ନିର୍ଦ୍ଦେଶ ରହିଛି ।

Pearl dental clinic
Near Ashish Medical Store, Bhawanipatna
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

_______________________________________

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.