ବୟସ୍କ ଶିକ୍ଷକଙ୍କୁ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱ ବଣ୍ଟନ ନେଇ ଅସନ୍ତୋଷର ବାତାବରଣ

କଳାହାଣ୍ଡି,୩୦/୪ : ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ନିଜ ଗାଁକୁ ଫେରିବାକୁ ଥିବା ଏହି ଲୋକମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା କ୍ବାରେନଟାଇନ କେନ୍ଦ୍ର ଓ ସୁବିଧାନୁସାରେ ଅସ୍ଥାୟୀ କେନ୍ଦ୍ର ମାନଙ୍କରେ ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି । କ୍ବାରେନଟାଇନରେ ଅନ୍ତେବାସୀଙ୍କ ଦେଖା ଶୁଣା କରିବା ପାଇଁ ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦିଆ ଯାଇଛି । ତେବେ କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକରେ ୫୫ରୁ ଉର୍ଦ୍ଧ ବର୍ଷ ବୟସ୍କ ଶିକ୍ଷକ ମାନଙ୍କୁ ଏଭଳି ଦାୟୀତ୍ୱ ଦେଇଥିବାରୁ ନିୟମର ଉଲଂଘନ ହୋଇଥିବା କାର୍ଲମୁଣ୍ଡା ପଞ୍ଚାୟତ ସମିତି ହାଇସ୍କୁଲର ଶିକ୍ଷକ ପବିତ୍ର ମୋହନ ପାସା (ଯିଏ କି ଆସନ୍ତା ଜୁନ ମାସରେ ଅବସର ନେବେ ) ଅଭିଯୋଗ କରିଛନ୍ତି । ସେହିପରି ଅନେକ ବୟସ୍କ ଶିକ୍ଷକ ଓ କର୍ମଚାରୀଙ୍କୁ ଦାୟୀତ୍ୱ ଦିଆଯାଇ ଥୁବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ କରୋନା ବିପଦ ଥିବା ରୁ ସେମାନେ ସତର୍କତାର ସହ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ସେଇ କରୋନାକୁ ନେଇ ଚାଲିଥିବା ସଙ୍ଗରୋଧ କେନ୍ଦ୍ରରେ ବୟସ୍କ ବ୍ୟକ୍ତି ମାନଙ୍କୁ ତଦାରଖ ଦାୟିତ୍ୱ ଦେବା କେତେଦୂର ସମିଚିନ ବୋଲି ପ୍ରଶ୍ନ ଉଠୁଛି । ଏନେଇ ବୟସ୍କ ଶିକ୍ଷକ ଓ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାର ପୁନଃ ବିଚାର କରିବାକୁ ଦାବି ହେଉଛି ।

Omkar Vasthu
Omkar Vasthu
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

______________________________________

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.