ରାୟଗଡ,୨୩/୫ : ରାୟଗଡ ଜିଲ୍ଳାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ବୈଠକ ଶନିବାର ଦିନ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ତଥା କମିଟର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଓ ଜିଲ୍ଳା ପରିଷଦ ଅଧ୍ୟକ୍ଷ ପି.ଗଙ୍ଗାଧର ପୁଆଲା ଯୋଗ ଦେଇ ଚଳିତ ବର୍ଷରେ ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପଗୁଡିକ ଉପରେ ଆଲୋଚନା କରିବା ସହ ନିଜର ମତାମତ ରଖିଥିଲେ । ପ୍ରାରମ୍ଭରେ ଜିଲ୍ଳାପାଳ ଶ୍ରୀ ବେହେରା ବୈଠକ ଉଦ୍ଦେଶ୍ୟ ସଂପର୍କରେ ନିଜର ବକ୍ତବ୍ୟ ରଖିଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ବୈଠକର କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିବାକୁ ଗୃହରେ ଉପସ୍ଥିତ ସମସ୍ତଙ୍କୁ କହିଥିଲେ ।
ମହାମାରୀ କରୋନା ମୁକାବିଲାରେ ଜିଲ୍ଳା ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିପାରିଥିବାରୁ ବର୍ତମାନ ଯାଏଁ ରାୟଗଡ ଜିଲ୍ଳା ଗ୍ରୀନ ଜୋନରେ ରହିଥିବାରୁ ମନ୍ତ୍ରୀ ଶ୍ରୀ ସାରକା,ବିଧାୟକ ଶ୍ରୀ ମୁଦୁଲି ଓ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଆଲା ଜିଲ୍ଳାପାଳ ଶ୍ରୀ ବେହେରା ଓ ପ୍ରଶାସନର ସମସ୍ତ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ । ସେହିପରି ଏହି ବୈଠକରେ ମୁଖ୍ୟତଃ ଆଗାମୀ ଦକ୍ଷିଣ ପଶ୍ଚ୍ିମ ମୈାସୁମୀରେ ସମ୍ଭାବ୍ୟ ବନ୍ୟା ଓ ସେଥି ନିମନ୍ତେ ବିଭିନ୍ନ ବିଭାଗୀୟ ପ୍ରସ୍ତୁତି ସଂର୍ପକରେ ସମୀକ୍ଷା କରାଯାଇଥିଲା । ବିଗତ ବର୍ଷ ମାନଙ୍କରେ ରାୟଗଡ ଜିଳ୍ଳାର ନାଗାବଳୀ, ବଂଶଧାରା, କଲ୍ୟାଣୀ ନଦୀମାନଙ୍କରେ ଘଟିଥିବା ଭୟାବହ ବନ୍ୟାର ଅନୁଭୂତି ଓ ଆଗାମୀ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଶେଷ କରି ଜଳସେଚନ ବିଭାଗ ପାରଲାଖେମୁଣ୍ଡି ବିଭାଜନ, ପୂର୍ତ ବିଭାଗ, ଗ୍ରାମୀୟ ନିର୍ମାଣ ବିଭାଗ, ମଧ୍ୟମ କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ପ୍ରସ୍ତୁତି ସଂର୍ପକରେ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ବିଭାଗଗୁଡିକ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପଗୁଡିକକୁ ବର୍ଷା ଦିନ ପୂର୍ବରୁ ସାରି ନୂତନ ପ୍ରକଳ୍ପ ପାଇଁ ତୁରନ୍ତ ଡିପିଆର ରିପୋର୍ଟ ପ୍ରସ୍ତୁତ କରି ଅନୁମୋଦନ କରି ନୂଆ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦୁର୍ଗମ ଅଂଚଳରେ ବର୍ଷା ଦିନ ପୂର୍ବରୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ କୃଷି ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ପ୍ରାଣୀଧନ ଚିକିତ୍ସା ବିଭାଗ ଉପରେ ଆଲୋଚନା କରି ବର୍ଷା ଦିନ ପୂର୍ବରୁ ସମସ୍ତ ପ୍ରସ୍ତୁତି ରହିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଳା ଜରୁରୀକାଳନୀ ଅଧିକାରୀ ସୁକାନ୍ତ ପ୍ରଧାନଙ୍କୁ ତୁରନ୍ତ ଜରୁରୀକାଳୀନ ଆକସ୍ମିକତା ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ସେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗା କରି ଆକସ୍ମିକତା ଯୋଜନା(କଂଟିଙ୍ଗଜେନ୍ସି ପ୍ଳାନ)ପ୍ରସ୍ତୁତ କରିବେ । କୋଭିଡ ପାଇଁ ତହସିଲଦାର ଓ ବିଡିଓମାନେ ବ୍ୟସ୍ତ ରହିଥିବାରୁ ଓ ଗୃହରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଉକ୍ତ ବୈଠକରେ ଡକାଯାଇ ନ ଥିଲା । ତହସିଲଦାରମାନଙ୍କୁ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା ଓ ବିଡିଓମାନଙ୍କୁ ପିଡି-ଡିଆରଡିଏ ମାର୍ଗ ଦର୍ଶନ କରିବେ ବୋଲି ଜିଲ୍ଳାପାଳ କହିଥିଲେ ।
ବିଧାୟକ ମକରନ୍ଦ ମୁଦୁଲି କାଶିପୁର ବ୍ଳକର ଟିକିରି ରାସ୍ତା ମଧ୍ୟରେ ପଡୁଥିବା ପୂର୍ତ ବିଭାଗ ଦ୍ୱାରା କାମ ଚାଲିଥିବା ଅର୍ଦ୍ଧନିର୍ମିତ ବ୍ରିଜ ପୂର୍ଣ୍ଣ କରିବା ପାଇଁ ଗୃହରେ ପ୍ରକାଶ କରିଥିବା ବେଳେ ଯଥାଶୀଘ୍ର ଏହାକୁ ସଂପୂର୍ଣ୍ଣ କରିବା ପାଇଁ ବିଭାଗ ପକ୍ଷରୁ କାମ ଚାଲିଥିବା ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ଗୁଣପୁର ଉପଜିଲ୍ଳାପାଳ ବି.ଏସ.ବଳିରାମ, ସାଂସଦ ପ୍ରତିନିଧି ଦୁର୍ଗାପ୍ରସାଦ ପଣ୍ଡା,ଜିଲ୍ଳାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ଶେଷରେ ପିଡି-ଡିଆରଡିଏ ଶ୍ରୀ ଋତୁରାଜ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
http://bit.ly/OBgroup4
Like us on Facebook
https://facebook.com/odiabarta