ନୂଆପଡାରେ ପୁଣି ୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ରେ ପହଞ୍ଚିଲା

ନୂଆପଡା,୨୯/୫: ଧିରେ ଧିରେ ନୂଆପଡା ଜିଲ୍ଲାରେ କାୟାବିସ୍ତାର କରି ଚାଲିଛି ମହାମାରୀ କରୋନା । ପୂର୍ବରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ପୁଣି ଆଉ ୧୨ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିଛି । ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ନିଲଜି ଟିଏମସି ରୁ ଜଣେ, ଗଣ୍ଡାବହଲି ଟିଏମସି ରୁ ଜଣେ ଓ ଗୁଚ୍ଛାଗୁଡା ଟିଏମସି ରୁ ଜଣେ ଚିହ୍ନଟ ହୋଇଥିବା ବେଲେ ବୋଡେ଼ନ ବ୍ଲକ + ୩ ମହାବିଦ୍ୟାଳୟ ଟିଏମସି ରୁ ଜଣେ ଓ ବୋଡେ଼ନ ହାଇସ୍କୁଲ ଟିଏମସି ରୁ 2 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖରିଆର ବ୍ଲକ ଦୋହେଲପଡା ଟିଏମସି ରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ନୂଆପଡା ସଦର ବିଜ୍ଞାନ କଲେଜର ଅନ୍ଵେଷା ହଷ୍ଟେଲ ଟିଏମସି ରୁ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ ପ୍ରଥମେ ସଦର ବସଷ୍ଟାଣ୍ଡ ସ୍ଥିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ଓ ପରେ ବଲାଙ୍ଗିର ମେଡିକାଲ କଲେଜ ସ୍ଥିତ କୋଭିଡି ଡାକ୍ତରଖାନା କୁ ପଠା ଯାଇଛି । ଆକ୍ରାନ୍ତ ୧୨ ଜଣ ଙ୍କ ମଧ୍ୟ ରୁ ୪ ଜଣ ଙ୍କ ଲକ୍ଷଣ ଥିବା ବେଲେ ବାକି ୮ ଜଣ ଙ୍କ ଥରେ ଲକ୍ଷଣ ନାହିଁ । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ ଫେରନ୍ତା ଥିବା ବେଳେ ଅନ୍ୟ ସମସ୍ତେ ମହାରାଷ୍ଟ୍ରରୁ ନିଜ ଜିଲ୍ଲା ନୂଆପଡାକୁ ଫେରି ଥିଲେ ଓ କ୍ଵରେନଟାଇନ ସେଣ୍ଟରରେ ରାହୁ ଥିଲେ । ସମସ୍ତଙ୍କ ବୟସ ୧୮ ରୁ ୩୦ ବୟସ ମଧ୍ୟ ରେ ଅଛି । ୧୨ ଆକ୍ରାନ୍ତଙ୍କ ମଧ୍ୟ ରୁ ଗୁଚ୍ଛାଗୁଡା ଟିଏମସି ରେ ରାହୁ ଥିବା ଆକ୍ରାନ୍ତଙ୍କ ରିପୋର୍ଟ ୨୬ ତାରିଖରେ ଟେଷ୍ଟ ପାଇଁ ଯାଇ ଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ୨୧ ତାରିଖରେ ଟେଷ୍ଟ ପାଇଁ ଯାଇଥିଲା । ତେବେ ସଦର ବସଷ୍ଟାଣ୍ଡ ସ୍ଥିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସିଲ କରି ଦିଆ ଯାଇ କ୍ୱାଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରି ଦିଆଯାଇଛି ଓ ଜିଲ୍ଲା ବସିଙ୍କୁ ଘରେ ରହିବ ପାଇଁ ଜିଲ୍ଲାପାଳ ମଧୁସ୍ମିତା ସାହୁ ଅନୁରୋଧ କରିଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.