ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ବିପର୍ଯ୍ୟୟ ନିମନ୍ତେ ଜିଲ୍ଳାସ୍ତରୀୟ ମକଡ୍ରିଲ

ରାୟଗଡ,୧୯/୬: ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶାନୁପ୍ରକାରେ ରାୟଗଡ ଜିଲ୍ଳା ପ୍ରଶାସନ ଦ୍ୱାରା ସମ୍ଭାବ୍ୟ ବନ୍ୟା,ବାତ୍ୟା ଓ ବିପର୍ଯୟ ନିମନ୍ତେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଜିଲ୍ଳାସ୍ତରୀୟ ମକଡ୍ରିଲ ପ୍ରଦର୍ଶନ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଳା ଜରୁରୀକାଳୀନ ଅଧିକାରୀ ସୁକାନ୍ତ ପ୍ରଧାନ, ତହସିଲଦାର ଉମାକାନ୍ତ ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ନନ୍ଦ ବିଶ୍ୱାଳ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତି ୱାହିଦା ବେଗମ୍‌, ପ୍ରଶିକ୍ଷକ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ, ଅଗ୍ନିଶମ ଅଧିକାରୀ ସୁଶାନ୍ତ ସେଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁଲୱାନା ଘାଟିରେ ଚୀନ ଯବାନଙ୍କ ସହ ଲଢି ଦେଶପାଇଁ ଶହୀଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ୨ମିନିଟି ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାର ସଠିକ୍ ମୁକାବିଲା କରି ଧନଜୀବନକୁ ସୁରକ୍ଷିତ ରଖିବାରେ ସଫଳ ହେଉଥିବା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରି ପାରୁଛି ବୋଲି ଜିଲ୍ଳା ଏସ.ପି.ଶର୍ବଣା ବିବେକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଭଳି ମହାମାରୀ କରୋନା ମୁକାବିଲାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହାର ସବୁଠାରୁ କମ ରଖି ପାରିଛନ୍ତି ଏବଂ ସରକାରଙ୍କ ପକ୍ଷରୁ ଚଳିତ ବର୍ଷର ବର୍ଷା ଦିନକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା,ବାତ୍ୟା,ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବା ପାଇଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

Udyog Nursery
Udyogi Nursery

ସେହିପରି ଅତିରକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ୧୯୯୯ ମହାବାତ୍ୟାର କ୍ଷୟକ୍ଷତି ପରଠାରୁ ରାଜ୍ୟ ସରକାର ନେଇ ଥିବା ପରବର୍ତୀ ପଦକ୍ଷେପ ଯୋଗୁଁ ଆଜି ପର୍ଯ୍ୟନ୍ତ ହୋଇ ଆସୁଥିବା ସମସ୍ତ ବନ୍ୟା,ବାତ୍ୟା ଓ ବିପର୍ଯ୍ୟୟକୁ ମୁକାବିଲା କରି ସଫଳ ହୋଇଥିବାରୁ ପ୍ରତିବର୍ଷ ଜୁନ ୧୯ତାରିଖରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରାଧିକୃତ ଦ୍ୱାରା ସ୍ମୃତି ଭାବେ ମନେପକାଇବାକୁ ଏହି ମକଡ୍ରିଲ କରାଯାଉଛି ଏବଂ ଜିଲ୍ଳାର ୩ଟି ବାତ୍ୟା ଆଶ୍ରୟ ସ୍ଥଳୀ ସମେତ ଅନ୍ୟ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ପ୍ରଶାସନ ତରଫରୁ ବର୍ଷା ଦିନରେ ସମସ୍ତ ବ୍ୟବସ୍ଥା କରାଯାଇ ପ୍ରଭାବିତ ଅଂଚଳର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ଧନଜୀବନକୁ ସୁରକ୍ଷିତ ରଖାଯିବ ବୋଲି ପ୍ରକାଶ କରିଥିଲେ ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷିକ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ ବିପର୍ଯ୍ୟୟ ବେଳେ ସାପ କାମୁଡା ତଥା ବିଦ୍ୟୁତ୍ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ପ୍ରାଥିମକ ଚିକିତ୍ସା କିପରି କରାଯାଇ ତାଙ୍କର ମୂଲ୍ୟବାନ ଜୀବନକୁ ବଂଚାଇ ପାରିବେ ସେ ନେଇ ଡେମୋ ପ୍ରଦର୍ଶନ କରିଥିବା ବେଳେ ବିପର୍ଯ୍ୟୟ ପରେ ରାସ୍ତାଘାଟରେ ପଡିଥିବା ଗଛଗୁଡିକକୁ କିପରି କାଟି ହଟାଯାଏ,ବନ୍ୟା ବେଳେ ଲାଇଫ ଜ୍ୟାକେଟର ବ୍ୟବହାର,ଏଲପିଜି ଗ୍ୟାସ ଲିକେଜ ହେଲେ ତାହାକୁ ବନ୍ଦ କରିବାର ଉପାୟ ଆଦି ବ୍ୟବସ୍ଥାଗୁଡିକ ଉପରେ ଅଗ୍ନିଶମ ଅଧିକାରୀ ସୁଶାନ୍ତ ସେଠୀ ଓ ତାଙ୍କ ଟିମ୍ ଉପସ୍ଥିତ ସମସ୍ତଙ୍କୁ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବଜାୟ ରଖାଯାଇଥିବା ବେଳେ ଅଙ୍ଗନୱାଡି କର୍ମୀଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.