କୋକସରା,୧୯/୬ : କଳାହାଣ୍ଡି ଜିଳ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ବିଡିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ଲକ ସ୍ତରୀୟ ମକ୍ଡ୍ରିଲ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ କଟକଣା ଦୃଷ୍ଟିରୁ ସମସ୍ତଙ୍କୁ ପ୍ରଥମେ ମାକ୍ସ ଦେବା ସହ ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବ୍ୟାରାଣୀ ବାଗ, ତହସିଲଦାର ଟିକ୍ନୋ ପୋଟା, ବ୍ଲକ ଉପାଧ୍ୟକ୍ଷା ଧିରାମଣି ଦାସ ଯୋଗଦେଇ ଥିବାବେଳେ କୋକସରା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର ଜନ ସଂପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ଅଗ୍ନିଶମ ଅଧିକାରୀ କୈଲାସ ଚନ୍ଦ୍ର ପ୍ରଧାନ, ଉମେଶ ବାଗ ପ୍ରମୂଖ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଲି ଭାବରେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବେ ଓ କିପରି ମୁକାବିଲା କରିବେ ସେ ବିଶୟରେ ପୁଙ୍ଖାନୁପୁଃଙ୍ଖ ଭାବରେ ଆଲୋକପାତ କରିଥିଲେ । ସିଡିପିଓ ଜୟନ୍ତୀ ମହାନ୍ତି, କୋକସରା ଆରଆଇ ଝାଂସିରାଣି ଦିଶାରୀ, କୋକସରା ସମିତି ସଭ୍ୟ ତ୍ରିଭୂବନ ନାଏକ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ଡୁଡୁକାଠେଙ୍ଗା ସମିତି ସଭ୍ୟ ମନୋଜ ଶବର, କନ୍ଦାବୁଟ୍ରା ସମିତି ସଭ୍ୟା ଅଶୋକା ନାଏକ, ଡାଲଗୁମ୍ମା ସରପଂଚ ଯଦୁମଣି ହଂସ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ ବେହେରା ସଭା ପରିଚାଲନା କରିଥିଲେ ।
କୋକସରା ପ୍ରତିନିଧି ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in