କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମ୍ଭେ ଦର୍ଶନ କରିବୁ କାହାକୁ ? ।।୦।।
ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ ଚାପକୁ,
ଆମ୍ଭେ ଦର୍ଶନ…. ।।୧।।
କୁଳବଧୁଙ୍କ ରଡି ପଣ୍ଡାଏ ଗଡାଗଡି
ବିଧାତା ବାମ ହେଲା ଆମ୍ଭଙ୍କୁ
ଆମ୍ଭେ ଦର୍ଶନ….।।୨।।
ବଡ ଦେଉଳୁ ବାହାରି ଶଗଡିରେ ବିଜେ କରି
ରେଣୁ ଯେ ଗଡୁଥିବ ଶ୍ରୀମୁଖକୁ
କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ ଜୀବନକୁ
ଆମ୍ଭେ ଦର୍ଶନ….।।୩।।