ୟୁଏଆଇଏଲ୍ ଓ ଏବିପିଏସ୍‌ରେ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୦ ପାଳିତ

ରାୟଗଡ/କାଶିପୁର,୨୩/୬: ରାୟଗଡ଼ା ଜିଲ୍ଲା ଟିକିରିରେ ଥିବା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌) ଓ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ (ଏବିପିଏସ୍‌) ପକ୍ଷରୁ ଭର୍ଚୁଆଲ୍ ଭାବେ ଯୋଗ ଦିବସକୁ ୨୧ ଜୁନ୍ ରବିବାର ଦିନ ପାଳନ କରାଯାଇଛି । ଦୈନନ୍ଦିନ ଜୀବନରେ ଯୋଗର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ୟୁଏଆଇଏଲ୍‌ର କର୍ମଚାରୀମାନେ ଏବଂ ଏବିପିଏସ୍‌ର ଛାତ୍ରଛାତ୍ରୀ ଓ ଫାକଲ୍‌ଟିମାନେ ଭର୍ଚୁଆଲ୍ ଭାବେ ଏକତ୍ରୀତ ହୋଇଥିଲେ ଓ ଯୋଗ ଦିବସ ପାଳନ କରିଥିଲେ ।ଏବିପିଏସ୍‌ର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ସୁନୀଲ ଶର୍ମା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଆସନ ଯଥା ତଡାସନ, ବୃକ୍ଷାସନ, ଅଧୋ ମୂଖ ସନାସନ, ତ୍ରିକୋଣାସନ, କୁର୍ସିଆସନ, ଭୂଜଙ୍ଗାସନ, ପଶ୍ଚିମୋତନାସନ ଇତ୍ୟାଦି କରିବାର ବିଧି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ଓ ସେହିଭଳି ଢଙ୍ଗରେ ଯୋଗ କରିବାକୁ ନିର୍ଦେଶ ଦେଇଥିଲେ । ସେ ସୂର୍ଯ୍ୟନମସ୍କାର ମଧ୍ୟ ପ୍ରଦର୍ଶନ କରିଥିଲେ । ଜୀବନର ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ବିଭିନ୍ନ ଆସନର ଗୁରୁତ୍ୱ ଓ ଯୋଗର ଲାଭ ବିଷୟରେ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିଥିଲେ ।

କୋଭିଡ୍ ସମୟରେ ରୋଗ ପ୍ରତିରୋଧ କରିବା ଲାଗି ଅନେକ ସଂଖ୍ୟକ ରୋଗୀଙ୍କ ପାଇଁ ପ୍ରାଚୀ ଯୋଗାଭ୍ୟାସ ବିଶେଷ ସହାୟକ ହେବ ବୋଲି ଭାରତର ପ୍ରଧାନମନ୍ତ୍ରୀ ଯେଉଁ ବାର୍ତା ଦେଇଥିଲେ ତାହାକୁ ଦୋହରାଇ ଶ୍ରୀଯୁକ୍ତ ଏନ୍ ନାଗେଶ, ୟୁନିଟ୍ ମୁଖ୍ୟ ଓ ସଭାପତି କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଏବଂ ଉଭୟ ଶାରିରୀକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିବା ଲାଗି ଆମେ ଆମର ଦୈନନ୍ଦୀନ ଜୀବନଚର୍ଯ୍ୟାରେ ଯୋଗକୁ ଏକ ଅବିଚ୍ଛେଦ୍ୟ ଅଂଶ କରିପାରିବା ।’’

କୋଭିଡ୍‌-୧୯ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଓ ଅସୁବିଧାର କୌଶଳ ସହକାରେ ମୁକାବିଲା କରିବା ଲାଗି ଦୈନନ୍ଦୀନ ଜୀବନରେ ଯୋଗାଭ୍ୟାସ କରିବାକୁ ଏବିପିଏସ୍‌ର ପ୍ରିନ୍‌ସିପାଲ୍ ଶ୍ରୀଯୁକ୍ତ ଏଲ୍ ଏନ୍ ଦାଶ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯୋଗ ମାଧ୍ୟମରେ ଆମେ ସୁସ୍ଥକର ଏବଂ ସବୁଠୁ ପ୍ରଭାବଶାଳୀ ଢଙ୍ଗରେ ଆମର ଜୀବନ ବଂଚିପାରିବା ।

ବର୍ତମାନର ସଙ୍କଟମୟ ସମୟ ଦୃଷ୍ଟିରୁ ଏହି ଦିବସ ସମସ୍ତଙ୍କୁ ଏହା ଅବଗତ କରିଛି ଯେ ଶାନ୍ତିପୂର୍ଣ୍ଣ ଶରୀର ଓ ମନ ହାସଲ କରିବା ଲାଗି ଯୋଗ ହେଉଛି ଏକ ପ୍ରାଚୀନ ପ୍ରଥା ଯାହା ଉଭୟ ଶାରିରୀକ ଓ ମାନସିକ ଶୃଙ୍ଖଳା ଆଣିଥାଏ । ଯୋଗ ହେଉଛି ଏକ ପ୍ରକାର ବ୍ୟାୟାମ ଯାହାକୁ ଖାଦ୍ୟ ଉପରେ ନିୟନ୍ତ୍ରଣ, ନିଶ୍ୱାସ ପ୍ରଶ୍ୱାସ ଓ ଶାରିରୀକ ଅଙ୍ଗଭଙ୍ଗୀ ଜରିଆରେ କରାଯାଇଥାଏ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.