ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବର ବାର୍ଷିକ ଉତ୍ସବ

କଳାହାଣ୍ଡି: ମ.ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଂଚାୟତର ସିଂହପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବର ନବମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି । କ୍ଲବର ସଭାପତି ରାଜ କୁମାର ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ କୌତୁକ ପନ୍ଦର, ସମ୍ମାନୀତ ଅତିଥି ଭାବେ ସିଂହପୁର ସରପଂଚ ବିଦ୍ୟାଧର ପାତ୍ର, ପ୍ରଧାନଶିକ୍ଷକ ବରୁଣ ପୁଟା, ମ.ରାମପୁର ପ୍ରେସ କ୍ଲବ ସଂପାଦକ ହେମନ୍ତ ସାହୁ ଯୋଗଦେଇ ଗ୍ରାମାଂଚଳରେ ଯୁବକ ସଂଘର ସମାଜ ସଂସ୍କାରରେ ଭୂମିକା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଯୁବସମାଜ ଆଗେଇ ଆସି ନିଜ ଗ୍ରାମରୁ ବିକାଶର ଧାରାରେ ନିଜକୁ ନିୟୋଜିତ କରିବା ଆବଶ୍ୟକ ବୋଲି ମତପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଂପାଦକ କ୍ଷୀର ସାଗର ଧରୁଆ, ବାପୁନ ପଧାନ, ନିଭୂତି ପଧାନ, ଜିତେନ୍ଦ୍ର ପଧାନ, ପିଣ୍ଟୁ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.