ଶ୍ରୀରାମକୃଷ୍ଣ ଆଶ୍ରମରେ ଜାତୀୟ ଯୁବ ଦିବସ ପାଳିତ

କଳାହାଣ୍ଡି: ମ.ରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ମହୋତ୍ସବ ତଥା ୧୨୫ତମ ଧର୍ମ ମହାସଭାର ପୂର୍ତ୍ତି ଅବସରରେ ସଂପାଦକ ସ୍ୱାମୀ ବୈରାଗ୍ୟାନନ୍ଦଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ଜାତୀୟ ଯୁଚ ଦିବସ ମହାଆଡ଼ମ୍ବର ସହକାରେ ପାଳିତ ହେଇଯାଇଛି । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ବିବେକାନ୍ଦ ବିଦ୍ୟାପୀଠ, ମଟୋଗଣ୍ଡା, ବିବେକାନନ୍ଦ ପବ୍ଲିକ ସ୍କୁଲ, ମ.ରାମପୁର, ହରଗୌରୀ ମହାବିଦ୍ୟାଳୟ, କୁଶୁର୍ଲା, ଆଶ୍ରମ ଗାଡ଼ି ଚାଳନାଶିକ୍ଷା କେନ୍ଦ୍ରର ଯୁବ ସମୂହ,ମ.ରାମପୁର ଛାତ୍ରାବାସ,ଆଶ୍ରମର କର୍ମଚାରୀଙ୍କୁ ନେଇ ମ.ରାମପୁର ଆଶ୍ରମ ପରିସରରୁ ବାହାରି ମଟୋଗଣ୍ଡା ଆଶ୍ରମ ଯାଏଁ ଯାଇଥିଲା । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବରେ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ଓଡ଼ିଶା ଯୋଜନା ବୋର୍ଡ଼ ସୁଜିତ କୁମାର, ସମ୍ମାନୀତ ଅତିଥି ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରି, ଜିଲ୍ଲା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମୁଖ୍ୟବକ୍ତା କଲିକତା, ବେରାଜପୁରର ସ୍ୱାମୀ ରାଘବାତ୍ମାନନ୍ଦ, ସ୍ୱାମୀ ପ୍ରିୟବ୍ରତାନନ୍ଦଜୀ (ଗ୍ୱାଲିଅର, ମଧ୍ୟପ୍ରଦେଶ), ସ୍ୱାମୀ ହରିଭକ୍ତାନନ୍ଦ (କଳାପଥର), ସ୍ୱାମୀ ପ୍ରଜ୍ଞାନନ୍ଦ (ବେହେଲା,କଲିକତା) ଭାରତ ବର୍ଷର ଶିକ୍ଷା ପଦ୍ଧତି, ଐତିହ୍ୟ ଓ ପରମ୍ପରା, ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ଦୃଢ ଇଚ୍ଛା ଶକ୍ତି ତଥା ସମାଜର ଉନ୍ନତିପ୍ରଗତି ପାଇଁ ସ୍ୱାମୀଜୀଙ୍କୁ ଅନୁସରଣ କରିବା ନିତାନ୍ତ ଦରକାର ବୋଲି ମତପ୍ରକାଶ କରିଥିଲେ । ଯୁବ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଗୋବିନ୍ଦ ମହାନ୍ତି, ଉମାକାନ୍ତ ବେହେରା, ଯଶୋବନ୍ତ ଦାସ ,ଯୋଗୀମତ ଜାଲ, ସ୍ୱାମୀ ଧିରେଶାନନ୍ଦ, ସ୍ୱାମୀ ପୁରୁଷୋତ୍ତମାନନ୍ଦ, ସ୍ୱାମୀ ଶୁକଦେବାନନ୍ଦ, ସ୍ୱାମୀ ବିରେଶାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ଅନ୍ନଦା ପ୍ରସାଦ ପଟ୍ଟନାୟକ ଓ ଧନ୍ୟବାଦାର୍ପର କରିଥିଲେ ବଟ କିଶୋର ପ୍ରଧାନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ସ୍ୱାମୀ ବିବେକାନନ୍ଦଙ୍କ ୧୪ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସହ ଆଶ୍ରମର ଏକ ଷାଠିଏ ଜଣିଆ ଦଳ ଜାତୀୟ ଯୁବ ସପ୍ତାହ ଅବସରରେ ପଶ୍ଚିମ ଓଡ଼ିଶାର ଭ୍ରମଣ ପାଇଁ ବାହାରିଛନ୍ତି ।

Omkar Vasthu
Omkar Vasthu

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ୍ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.