ସମସ୍ୟା ଘେରରେ ଠକଗୁଡା ପ୍ରାଥମିକ ବିଦ୍ୟାଳୟ

ଅର୍ଥ ଦୁରୂପଯୋଗ କରାଯାଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ଉଠିଲା ଦାବୀ

କୋରାପୁଟ,୧୯/୭: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ପ୍ରାଥମିକ ଶିକ୍ଷା ଉପରେ ଉଠିଛି ପ୍ରଶ୍ନବାଚୀ । ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଥିବାବେଳେ ଅନେକ ସମୟରେ ଏହାର ସୁଫଳ ମିଳିପାରୁନାହିଁ । ଏପରି ଏକ ଚିତ୍ର ଆସି ପହଞ୍ଚିଛି କୋଟପାଡ଼ ବ୍ଲକ ଅନ୍ତର୍ଗତ ଠକଗୁଡା ପ୍ରାଥମିକ ବିଦ୍ୟାଳୟରୁ । ସୂଚନାନୁସାରେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୦ ମସିହାରେ ଅର୍ଥ ଅନୁମୋଦନ ହୋଇଥିଲା । ହେଲେ ଯେଉଁ ଅର୍ଥ ଆସିଥିଲା, ସେଥିରେ ମାତ୍ର ଗୋଟିଏ ଶ୍ରେଣୀ ଗୃହ, ଅଫିସ ଗୃହ, ରୋଷେଇ ଗୃହ ଏବଂ ଶୌଚାଳୟ ନିର୍ମାଣ ହେଇଥିବାବେଳେ ବାକି ଥିବା ଆଉ ଗୋଟିଏ ଶ୍ରେଣୀ ଗୃହ ୧୦ ବର୍ଷ ହେବ ସରିବାର ନାଁ ଧରୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାକି ଥିବା ଅର୍ଥକୁ ଦୁରୂପଯୋଗ କରା ଯାଇଥିବା କିଛି ଗ୍ରାମବାସୀ କ୍ଷୋଭରସହ ପ୍ରକାଶ କରିଛନ୍ତି ।

ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିବାବେଳେ ଗୋଟିଏ କୋଠରୀରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷାଦାନ କରିବାରେ ଅସୁବିଧା ସୃଷ୍ଟି ହେଉଛି । କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.