ଭୁବନେଶ୍ୱର,୨୦/୭: ଓଡ଼ିଆ ସାହିତ୍ୟର ନବାରୁଣ ମାନଙ୍କୁ ନେଇ ମୁଣ୍ଡ ଟେକିଥିବା ସାହିତ୍ୟ ଅନୁଷ୍ଠାନ ‘ଜ୍ୟୋତିର୍ମୟ-ଯୁବମଞ୍ଚ’ ତରଫରୁ ଏହାର ଦ୍ଵିତୀୟ ଜନ୍ମ ବାର୍ଷିକୀ ଅବସରରେ ଏକ ଡିଜିଟାଲ୍ ଆସର ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଦସ୍ୟ ସୌମ୍ୟରଞ୍ଜନ ମହାପାତ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସାର୍ଥକ ପ୍ରସାଦ ସାହୁ ଏବଂ ସ୍ମିତାରାଣୀ ସାମନ୍ତରାୟଙ୍କ ସଂଯୋଜନାରେ ଯୁବ ପ୍ରତିଭା ସୁମିତ୍ରା ନାୟକ, ରାକେଶ ସାହୁ, ଓମପ୍ରକାଶ ବିଶ୍ୱାଳ, ସୋନାଲି ସ୍ୱାଇଁ, ପରେଶ ଜେନା,।ତୃଷ୍ଣା ପଣ୍ଡା, ସୁନିତା ସାହୁ, ରୂପେଶ ସାହୁ ପ୍ରମୁଖ ଲେଖକ ଲେଖିକା ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ। ଶେଷରେ ରୂପେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଓଡ଼ିଆ ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ବଜାୟ ରଖି ଅନେକ ଯୁବ ପ୍ରତିଭାଙ୍କୁ ଏକତ୍ର କରି ଆନୁଷ୍ଠାନିକ ଭାବେ ଆଗକୁ ବଢ଼ି ଚାଲିଥିବା ଏହି ଅନୁଷ୍ଠାନର ଦ୍ୱିତୀୟ ଜନ୍ମବାର୍ଷିକୀ ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।