● ସହରରୁ ୧୦ ପଜିଟିଭ୍ ଚିହ୍ନଟ, ରବିବାର ମଧ୍ୟରାତ୍ରୀ ଯାଏଁ ଶଟ୍ ଡାଉନ୍
କଳାହାଣ୍ଡି,୨୪/୭: ଆଜି କଳାହାଣ୍ଡି ଜିଲ୍ଲାରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭବାନୀପାଟଣାର ୧୦ଜଣ କରୋନା ଯୋଦ୍ଧା ଆରକ୍ଷୀ କର୍ମଚାରୀ ଅଛନ୍ତି। ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ନର୍ଲା ବ୍ଲକ୍ ରେଖପୁର ଗ୍ରାମର କରୋନା ଯୋଦ୍ଧା ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକ ଜଣକ ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଉଦ୍ଦିଷ୍ଟ ସଂଗରୋଧ କେନ୍ଦ୍ରରେ ଡ୍ୟୁଟି କରିଥିବା ଜଣାପଡ଼ିଛି।
Massive door to door survey will be done on Saturday and Sunday in Bhawanipatna muncipality. Shutdown declared. 22 senior officials deployed for supervision. Pls cooperate with survey team. Dont hide your symptoms. Keep your family and community safe!!!
— DM KALAHANDI (@DmKalahandi) July 24, 2020
ବହୁ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଥିବାରୁ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ଶନିବାରଠାରୁ ରବିବାର ମଧ୍ୟରାତ୍ରୀ ଯାଏଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି। ସହରର ପ୍ରତ୍ୟେକ ଘର ସର୍ଭେ କରି ଲକ୍ଷଣଯୁକ୍ତ ବ୍ୟକ୍ତିମାନଙ୍କ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in