ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଜନତା
ଲାଞ୍ଜିଗଡ଼/ନର୍ଲା,୨୫/୭: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ହସ୍ତଗତ ହୋଇଛି । ଦୁର୍ଘଟଣାରେ ବାଇକ ଚାଳକ ଶଶି ସାହୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନା ଆଧାରରେ ଆଜି ସଂଧ୍ୟା ୬ଟା ସମୟରେ ଗୋହିରାପଦର ଶଶୀ ସାହୁ (୬୦) ଛତିକୁଡା ପଟୁ ବାଇକରେ ନିଜ ଗାଁ ଗୋହିରାପଦରକୁ ଆସୁଥିଲେ । ସେହି ସମୟରେ ଗୋହିରାପଦର ପଟୁ ଏକ ବୋଲେରୋ ଚିଚର୍ଲା ଅଭିମୁଖେ ଯାଉଥିଲା । ଛତିକୂଡା ଠାରେ ଉଭୟ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକ ଶଶୀ ସାହୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବୋଲେରୋରେ ବସିଥିବା ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପକ୍ଷରେ ଉତ୍ୟକ୍ତ ଲୋକେ ରାଜରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପ୍ରଶାସନ ଓ ନର୍ଲା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ସହ ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta