ରାଷ୍ଟ୍ରିୟ ନ୍ୟୁଜ ଚ୍ୟାନେଲ ‘ଯଦୁ ନିଉଜ ନେସନ’ ଲୋକାର୍ପିତ

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ରାଷ୍ଟ୍ରିୟ ନ୍ୟୁଜ ଚ୍ୟାନେଲ ‘ଯଦୁ ନିଉଜ ନେସନ’ କାର୍ଯ୍ୟାଳୟ ଓ ପୋର୍ଟାଲର ଶୁଭାରମ୍ଭ ହୋଇଯାଇଛି। ଗୁଗୁଲ ମିଟ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ ଯାଦବ ମହାସଭା ଯୁବ ସଭାପତି ଦିନେଶ ଯାଦବ, ସମ୍ମାନୀତ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ସାଧାରଣ ସଂପାଦକ ପ୍ରଦୀପ ବେହେରା, ଉତ୍କଳ ଯାଦବ ମହାସଭା ଯୁବ ସଭାପତି ଇଂ ପ୍ରଦୀପ ବେହେରା, ବମ୍ବେ ହାଇକୋର୍ଟର ବରିଷ୍ଟ ଓକିଲ ଗିରିସ କୁମାର ଯାଦବ, ଉତ୍କଳ ଯାଦବ ମହାସଭା ସଂପାଦକ ଧନେଶ୍ବର ଭାଟି, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବ ସଭାପତି ଡମ୍ବରୁଧର ଲହଜଲ, ଅଲ ଇଣ୍ଡିଆ ବିହାର ଷ୍ଟୁଡେଣ୍ଟ ୟୁନିୟନର ପୂର୍ବ ସଭାପତି ଡଃ ପ୍ରଭାତ ଯାଦବ, ସମାଜବାଦୀ ପାର୍ଟି ନେତା ଶିବ ହାତୀ, ପରମବୀର ଚକ୍ର ବିଜେତା ଯୋଗେନ୍ଦ୍ର ଯାଦବ, ଅନ୍ତର୍ଜାତୀୟ ସାଇକେଲିଷ୍ଟ ହିରାଲାଲ ଯାଦବ, ଛତିଶଗଡ ଯୁବ ଯାଦବ ମହାସଭା ସଭାପତି ସୁରଜ କୁମାର ଯାଦବ, ଚାରଗଡ ଛତିଶଗଡ ସଭାପତି କେନୁରାମ ଯାଦବ, ବରିଷ୍ଠ ଆଇନଜୀବୀ ଜହରଲାଲ ବାଗ, ଉତ୍କଳ ଯାଦବ ମହାସଭାର ପୂର୍ବ ଉପସଭାପତି ମହେନ୍ଦ୍ର ନାଏକ, କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ରଜନୀ ପୋଢ, କେସିଙ୍ଗା ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ଗୋଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଗିରିଧାରୀ ତେଜି, କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ପଙ୍କଜ ଗଉଡ ପ୍ରମୂଖଙ୍କ ସହ ଦେଶର ବିଭିନ୍ନ ପ୍ରନ୍ତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଯଦୁ ନିଉଜ ନେସନ ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ବନଛୋର, ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ପରିଚାଳନା ନିର୍ଦ୍ଦେଶକ ଡାକେ ଲହଜଲ, ଲିଙ୍ଗରାଜ ବେହେରା, ତ୍ରିଲକ୍ଷ ନାଏକ, କୃତିବାସ ବେମାଲ, କପିଳେନ୍ଦ୍ର ଭୋଇ, ରଶ୍ମିରେଖା ରାଉତ, ଡିଲେଶ କୁମାର ନାଗ, ଦିପକ ରାଉତ, ପରିଚାଳନା ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ବାର୍ତ୍ତା ସଂପାଦକ ଜଗଦିଶ ନାଏକ, ସହ-ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ, ପ୍ରସାର ବିଭାଗ ମୂଖ୍ୟ ଲବଣୀ ରାଉତ ଯାଦବ, ସୁଶିଲ କୁମାର ଯାଦବ, ଦାମୋଦର ଗଉଡ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.