ଭାଜାପା ଓବିସି ମୋର୍ଚା ରାଷ୍ଟ୍ରିୟ ସମ୍ପାଦକ ହିମାଂଶୁ ମେହେରଙ୍କୁ ସ୍ବାଗତ ସମ୍ବର୍ଧନା 

ଜୁନାଗଡ,୨୦/୧: ଭାଜାପା ଓବିସି ମୋର୍ଚା ରାଷ୍ଟ୍ରିୟ ସଂପାଦକ ହିମାଂଶୁ ମେହେରଙ୍କୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତା ତଥା ସାଧାରଣ ଜନତା ଉତ୍ସଚ୍ଛିତ  ସ୍ୱାଗତ ସମ୍ବର୍ଧନା ଜଣାଇଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୋନଜ ମେହେରଙ୍କ ନେତୃତ୍ୱରେ ଜୁନାଗଡ଼ ଏକ ବିଶାଳ ରାଲି ବାଜା ରୋଷଣୀ ସହ ବାହରି ଜୁନାଗଡର ଅଧିଷ୍ଟାତ୍ରୀ ଦେବୀ ମା ଲଙ୍କେଶ୍ବରୀଙ୍କ ପିଠରେ ପୂଜାର୍ଚନା କରି ସେଠାରୁ ନଗର ପରିକ୍ରମା କରି  ହନୁମାନ ମନ୍ଦିର ପର୍ଯନ୍ତ ପହଞ୍ଚିଥିଲେ । ନଗରବାସୀ ନୂତନ ସଂପାଦକ ତଥା ସେମାନଙ୍କ ଚିର ପରିଚିତ ନେତା ହିମାଂଶୁ ମେହେରଙ୍କୁ ପୁଷ୍ପମାଲ୍ୟ, ଫୁଲ ଚନ୍ଦନ ସହ ଉତ୍ସତିତ ସ୍ବାଗତ ସମ୍ରଦ୍ଧନା ଜ୍ଞାପନ କରିଥିଲେ । ଏଥିରେ ନଗର ମଣ୍ଡଳୀ ସଭାପତି କାଳିଦ୍ରି ଚରଣ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ନୁଁର୍ଯ୍ୟ ମାଝି, ବ୍ଲକ ଅପଧ୍ୟକ୍ଷ ଟଙ୍କଧର ନାଏକ, ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟସଭ୍ୟା ସହ  ଜୁନାଗଡ଼ ମଣ୍ଡଳୀ ଭାଜପାର ଅନେକ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.