ମା’ ସୁନାମୁଖୀ ମହୋତ୍ସବ : ଲାଗିଛି ଭକ୍ତଙ୍କ ଗହଳି

କଳାହାଣ୍ଡି: ମ.ରାମପୁର ବ୍ଲକ ପରମାନନ୍ଦପୁର, ଭାଲୁପିଆ ଓ ନରସିଂହପୁରର ଜନସାଧରଣଙ୍କ ଦ୍ୱାରା ଆୟୋଜିତ ମା’ ସୁନାମୁଖୀ ମହୋତ୍ସବ ଗତ ଶୁକ୍ରବାର ଦିନ ମହାସମାରୋହରେ ଆରମ୍ଭ ହେଇଯାଇଛି । ମା’ ସୁନାମୁଖୀ ପୀଠଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଏକ ହୋମଯଜ୍ଞ ସହ ଅଷ୍ଟପ୍ରହର ନାମ ଯଜ୍ଞ ନିମନ୍ତେ ଏକ ବିଶାଳ କଳସ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରିବା ସହ ଯଜ୍ଞମଣ୍ଡପରେ ସ୍ଥାପନ କରାଯିବା ପରେ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ନିମନ୍ତେ ଭକ୍ତମାନେ ଅଧିବାସ ପାଳନ କରିଥିଲେ । ଶନିବାର ସକାଳ ଆଠ ଘଂଟା ସମୟରୁ ଏଠାରେ ନାମ ଯଜ୍ଞ ଆରମ୍ଭ ହେଇଯାଇଛି । ଏଥିରେ କଳାହାଣ୍ଡିର ଗଜବାହାଲ, ଭାଲୁପିଆ, ବାଂଜିପଦର, ସିର୍ଜାପାଲି, ପିରୁଲମାଲ, ପେଂଜିକୁପାର ଆଠଟି ଦଳ ସାମିଲ ହେଇଥିବାବେଳେ ନାମ ଯଜ୍ଞରେ କର୍ତ୍ତା ଭାବରେ ତ୍ରିଲୋଚନ ଗହୀର ଓ ହୋମ ଯଜ୍ଞର କର୍ତ୍ତା ଭାବରେ ବସନ୍ତ ବରିହା ଦାୟିତ୍ୱ ନିର୍ବାହ କରୁଛନ୍ତି । ଆୟୋଜକ କମିଟୀର ସଭାପତି ସହଦେବ ପାଢୀ,କାର୍ଯ୍ୟକାରୀ ସଭାପତି ଭୀମସେନ ସାହୁ, ସଂପାଦକ ସୁନ୍ଦର ସିଂ ବରିହା, କୋଷାଧ୍ୟକ୍ଷ ବୈକୁଣ୍ଠ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା କମିଟୀର ସଦସ୍ୟ ବାସୁଦେବ ବରିହା, ମକୁନ୍ଦ ମାଝୀ, ସୁରୁ ବରିହା, ଦଣ୍ଡକାରୀ ଗହୀର, ଭୀମସେନ ଧଙ୍ଗଡ଼ାମାଝୀ, ଦୁର୍ଯ୍ୟୋଧନ ଦାଶ, ବିପ୍ରବର ମାଝୀ, ଜୟ ବରିହା, ବିଶି ବରିହାଙ୍କ ସମେତ ସମାଜସେବୀ ବିଭୂତିଭୂଷଣ ମହାଖୁଡ଼ ପ୍ରମୁଖ ସହଯୋଗ କରୁଛନ୍ତି । ଆଜି ଦିନବ୍ୟାପୀ ଏଠାରେ ଭକ୍ତଙ୍କ ଗହଳି ଲାଗିରହିଥିବାବେଳେ ଦୋକାନ ବଜାର ସାଙ୍ଗକୁ ଲୋକଙ୍କ ଗହଳି ବଢିବାରେ ଲାଗିଛି । ଏହି ଯଜ୍ଞ ରବିବାର ସକାଳବେଳା ଦଧିଭାଣ୍ଡ ଓ ପୂର୍ଣ୍ଣାହୁତି ହୋମ ସହ କାର୍ଯ୍ୟକ୍ରମ ଉଦଯାପିତ ହେବ ବୋଲି ଆୟୋଜକ କମିଟୀ ତରଫରୁ ସୂଚନା ମିଳିଛି ।

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.