ବାଛୁରୀ ମଡକ : ପ୍ରାଣୀ ବିଭାଗର ଦୃଷ୍ଟି ନାହିଁ

କଳାହାଣ୍ଡି,୨୦/୧: କଳାହାଣ୍ଡି ଜିଲ୍ଳା ମ.ରାମପୁର ଅଂଚଳରେ ଦେଖାଦେଇଛି ବାଛୁରୀ ମଡ଼କ, କିନ୍ତୁ ପ୍ରାଣୀ ବିଭାଗରୁ ଏ ଦିଗରେ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହେଇଚି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ମ.ରାମପୁର ନିକଟସ୍ଥ ତଳସାଗରପଡ଼ାର ରବୀନ୍ଦ୍ର ବିଶି, ମାନସ ମହାଖୁଡ଼,ଦୟା ମହାଖୁଡ଼, ସର୍ବେଶ୍ୱର ସାହୁ ପ୍ରମୁଖଙ୍କ ୨/୩ ତିନି ବର୍ଷର ବାଛୁରୀଙ୍କ ଲଗାତାର ମୃତ୍ୟୁ ହେଉଥିବା ବେଳେ ପ୍ରାଣୀ ସଂପଦର ଟୀକାକରଣ ହେଇନଥିବା ଅଭିଯୋଗ ହେଉଛି । ଏ ନେଇ ଭିଏସଙ୍କୁ ପଚାରିବାରୁ ଆଜି ଏ ସଂକ୍ରାନ୍ତରେ ଆମ ପାଖକୁ ଅଭିଯୋଗ ଆସିଛି,ଆସନ୍ତାକାଲି ଟୀକାକରଣ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ତେବେ ପ୍ରାଣୀ ସଂପଦଙ୍କୁ ବର୍ଷକୁ ବାରଥର ଟୀକାକରଣ ବ୍ୟବସ୍ଥା ରହିଥିବାବେଳେ ତାହା ଠିକ ଭାବରେ ହେଉନଥିବା ଅଭିଯୋଗ ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.