ରାୟଗଡା,୨୩/୧: ଚଳିତ ବର୍ଷର ପ୍ରଥମ ଥର ପାଇଁ ମା ମଝିଘରିଆଣି ମନ୍ଦିର ହୁଂଣ୍ଡି ଖୋଲା ଯାଇଛି। ଗତ ୫ ମାସ ପରେ ଆଜି ପୋଲିସର କଡା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି। ହୁଣ୍ଡିରୁ ଟଙ୍କା ଗଣତି ରେ ଭେଙ୍କଟେଶ୍ବର ମନ୍ଦିର କମିଟି, ସତ୍ୟସାଇ ସେବା ସମିତି, କଲେଜ ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ।
ଗତଥର ହୁଣ୍ଡିରୁ ୬୧ଲକ୍ଷରୁ ଅଧିକ ଟଙ୍କା ଓ ସୁନାରୁପା ବାହାରି ଥିବା ବେଳେ ଚଳିତ ଥର ୫୨ଲକ୍ଷରୁ ଅଧିକ ଟଙ୍କା ଏବଂ ୦.୪୦ ଗ୍ରାମ ସୁନା ଓ ୨କେ.ଜି.୪୦୦ଗ୍ରାମର ରୂପା ଅଳଙ୍କାର ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଦାନପାତ୍ର ରୁ ବାହାରିଥିବା ମନ୍ଦିର କମିଟି ସୂଚନା ଦେଇଛନ୍ତି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗଉଡଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube