ଶ୍ରୀରାମଚନ୍ଦ୍ରଙ୍କ ପୌଷ୍ୟାଭିଷେକ ଉସ୍ଛବ 

କର୍ଲାମୁଣ୍ଡା,୨୩/୧୧: କଳାହାଣ୍ଡି‌‌ ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମରେ ରାମକୃଷ୍ଣ ଆଞ୍ଚଳିକ ସତସଂଘ ତଥା ବୋରପଦର ଗ୍ରାମବାସୀ ଙ୍କ ସହଯୋଗରେ ଶ୍ରୀରାମ ମନ୍ଦିର ଠାରେ ପୌଷ୍ୟା ଭିଷେକ ବା ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଉସ୍ଛବ ଅନୁଷ୍ଠିତ ହୋଇ ଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ତଥା ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ  ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ସଂପର୍ଣ୍ଣ ହୋଇଥିଲା । ସତସଂଘର ମୁଖ୍ୟ ପରିଚାଲକ ସନ୍ଥ ବାବା ଜୟକୃଷ୍ଣ ଦାସ, ସନ୍ଥ ଭାଗିରଥି ଦାସ, ସଂଘର ସଭାପତି ଫକିର ଚରଣ ସାହୁ ପ୍ରମୂଖ ଏହି ଉତ୍ସବର ପୁରୋଧା ଥିବାବେଳେ ଆମନ୍ତ୍ରୀତ ଅତିଥି ଭାବେ ରାଜ୍ୟ ଯୋଜନା ବୋଡ ଅଧ୍ୟକ୍ଷ ଭୂପିନ୍ଦର ସିଂ , ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ, ସମାଜସେବୀ ମନୋଜ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନଗର ପରିକ୍ରମା ରେ ସାମିଲ ହୋଇ ଥିଲେ । ଏହି ପରିକ୍ରମାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା, ସଂକିତ୍ତନ ମଣ୍ଡଳୀ ଘଣ୍ଟବାଦ୍ୟ ଓ ଶଂଙ୍ଖ ବାଦ୍ୟରେ ଗାଁ କମ୍ଫି ଉଠିଥିଲା।

Omkar Vasthu
Omkar Vasthu
କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.