ମ. ରାମପୁର ଠାରେ ଯାଦବ ମହାସଭା କର୍ମୀ ସମ୍ମିଳନୀ

କଳାହାଣ୍ଡି,୨୩/୧:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଟୋଗଣ୍ଡା ଶିବ ମନ୍ଦିର ପଡିଆ ଠାରେ ମ.ରାମପୁର ଯାଦବ ମହାସଭା ସଭାପତି ଯୋଗେଶ୍ବର ଚନ୍ଦନଙ୍କ ସଭାତିତ୍ବରେ ବ୍ଳକ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯାଦବ ଜାତି ଆଉ ଜାତି ହୋଇରହିନାହି ଏହା ଏକ ମହାନ୍ ସଂସ୍କୃତି, ଏହି ସଂସ୍କୃତି ସମୟ ର କରାଳ ଗ୍ରାସରେ ପଡି ଅଧଃପତନ ହେବାରେ ଲାଗିଛି ତେଣୁ ଏହାର ଉତ୍ଥାନ ପାଇଁ ଶିକ୍ଷା, ସଂସ୍କାର, ସଂସ୍କୃତି, ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ତରରେ ଜାତିକୁ ସୁଦୃଢ କରିବାକୁ ସମସ୍ତ ଯଦୁବଂଶୀୟ ଆଗଭର ହେବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି ।

Pearl dental clinic
Near Ashish Medical Store, Bhawanipatna

ସମାଜ ର ସଂସ୍କୃତି କୁ ବଞ୍ଚେଇ ରଖିବା ପାଇଁ ସମସ୍ତ ଯାଦବ ବନ୍ଧୁ ମାନଙ୍କୁ ଏକ ହେବା ପାଇଁ ଆହ୍ୱାନ ଦେଇଥିଲେ କର୍ଲାମୁଣ୍ଡା ବ୍ଲକ ଯାଦବ ମହାସଭା ର ସଭାପତି ଗରୁଡଧ୍ବଜ ଗହୀର ।
ମ. ରାମପୁର ବ୍ଳକ ଯାଦବ ସମିତି ସଂପାଦକ ମଳୟ କୁମାର ଭୋଇ ସଭାପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ନାଗ ଉପ ସଭାପତି, ରଘୁନାଥ ଭୋଇ ସହ ସଂପାଦକ, ଗରୁଡଧ୍ବଜ ଗହୀର କର୍ଲାମୁଣ୍ଡା ବ୍ଲକ ଯାଦବ ମହାସଭା ସଭାପତି, କୀର୍ତ୍ତନ ନାଏକ କଳାହାଣ୍ଡି ଯାଦବ ମହାସଭା ସଂପାଦକ, ଗୋବିନ୍ଦ ବନ୍ଦିଛୋଡ କଳାହାଣ୍ଡି ଯୁବ ଯାଦବ ମହାସଭା ର ସଭାପତି, ସଂଜୟ ଧଙ୍ଗଡାମାଝୀ ଯୁବ ଆଇନଜୀବି, ବସନ୍ତ ଷଣ୍ଢ ବରିଷ୍ଠ ଆଇନଜୀବି, ପଦ୍ମଲୋଚନ ଜାଲ ସମାଜ ସେବି, ଶ୍ରୀକୃଷ୍ଣ ବଗର୍ତ୍ତୀ ପୂବର୍ତନ ମ.ରାମପୁର ବ୍ଲକ ସଭାପତି, ମଧୁସୂଦନ ରାଉତ ଶିକ୍ଷାବିତ, ଶିଖା ପ୍ରଧାନ ସମାଜସେବୀ, ରଜନୀକାନ୍ତ ବଗର୍ତ୍ତୀ ଶିକ୍ଷାବିତ ଙ୍କ ସମେତ ଯାଦବ ସମାଜ ର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁ ଓ ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.