ଢିଳା ସୂରକ୍ଷା ବ୍ୟବସ୍ଥା : ନିର୍ମାଣଧୀନ ପାଣିଟାଂକିରୁ ପଡି ମିସ୍ତ୍ରୀ ମୃତ

କେସିଙ୍ଗା,୨୪/୧: ଆଜି କିଛି ସମୟ ପୂର୍ବରୁ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ଆମର ହସ୍ତଗତ ହୋଇଛି । କେସିଙ୍ଗା ଥାନା ଅନ୍ତର୍ଗତ ମଶାଣିବନ୍ଧ ଠାରେ ନିର୍ମାଣଧିନ ପାଣିଟାଙ୍କିରୁ ୬୦ ଫୁଟ ତଳକୁ ପଡି ମୂଖ୍ୟ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମର ଭଜନ ଦଳପତି (୨୭)। ଖବର ପାଇ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ପାଇଁ ଯେଉଁସବୁ ସୂରକ୍ଷା ବ୍ୟବସ୍ଥା ରହିଛି ଠିକାଦାର ମାନେ ସେସବୁକୁ ପାଳନ କରୁନାହାନ୍ତି । କାମ କରିବା ସମୟରେ ଢିଳା ସୁରକ୍ଷା ବ୍ୟବସ୍ଥା ତଥା ଠିକାଦାରଙ୍କ ଖାମଖିଆଳ ମନୋଭାବ ଯୋଗୁଁ ଏପରି ଅମୂଲ୍ୟ ଜୀବନ ନଷ୍ଟ ହେଉଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.