ବଲାଂଗିର,୨୪/୧: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲି – କର୍ଲାମାଲ ରାସ୍ତାରେ ଆଜି ମାଓବାଦୀଙ୍କ ବ୍ୟାନର ଦେଖାଦେଇଛି । ଏହା ହିନ୍ଦୀ ଭାଷାରେ ଲେଖାଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ବଲାଂଗିର ଜିଲ୍ଲାର ଏହି ଅଞ୍ଚଳ ବିକାଶ କ୍ଷେତ୍ରରେ ପଛରେ ପଡିଯାଇଛି । ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତୀପାଇଁ ସରକାରଙ୍କ ଦ୍ବାରା ଯେଉଁସବୁ ଯୋଜନା କାର୍ଯ୍ୟକାରୀ ହେଉଛି ସବୁର ସିଂହ ଭାଗ ଠିକାଦାର, ରାଜନେତା ଓ ସରକାରୀ ବାବୁଙ୍କ ଝୁଳାରେ ପଡୁଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଜନ ଅସନ୍ତୋଷ ଜାରୀ ରହିଛି । ଏପରି ଏକ ଉପାନ୍ତ ଅଞ୍ଚଳରେ ପୂର୍ବରୁ ମାଓବାଦୀ ମାନେ ଅଧୀକ ପରିମାଣରେ ରହୁଥିଲେ, ତେବେ କିଛିଦିନର ନିରବତା ପରେ ସେମାନଙ୍କ ଉପସ୍ଥିତିର ସୂଚନା ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢେଇ ଦେଇଥିବା ଚର୍ଚା ଚାଲିଛି ।