ପୁଲିସ ଶିକ୍ଷାର୍ଥୀ ବାହିନୀ ବ୍ୟବସ୍ଥା ଉଦଘାଟିତ

ନୂଆପଡ଼ା,୨୪/୧: ସ୍ଥାନୀୟ ନେସନାଲ ହାଇସ୍କୁଲଠାରେ ପୁଲିସ ପ୍ରଶାସନ ତରଫରୁ ପୁଲିସ ଶିକ୍ଷାର୍ଥୀ ବାହିନୀ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି । ଏସପି ସ୍ମିତ ପି ପରମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବରିଷ୍ଠ ନାଗରିକ ସଂଘ ସଭାପତି କ୍ଷୀରୋଦ ନିବାସ ପଣ୍ଡା, ଏଏସପି ସୁନୀଲ କୁମାର ଆଚାର୍ଯ୍ୟ, ଆରଟିଓ ପ୍ରଶାନ୍ତ କୁମାର ପରିଡା, ବରିଷ୍ଠ ଆଇନଜୀବୀ ପ୍ରସନ୍ନ ଚନ୍ଦ୍ର ମହାପାତ୍ର, ନେସନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏସଡିପିଓ ବିଦ୍ୟୁତ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭୁଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦାୟିତ୍ୱବୋଧ, କର୍ତ୍ତବ୍ୟବୋଧ, ଦେଶପ୍ରେମ ଭାବ ଜାଗ୍ରତ କରିବା ସହ ପୁଲିସର କଠିନ କାର୍ଯ୍ୟ ବ୍ୟବସ୍ଥା ଓ ନିୟମ କାନୁନ ବାବଦରେ ସଚେତନତା ସୃଷ୍ଟି କରିବ । ଅନେକ ଅସାମାଜିକ, କୁତ୍ସିତ ତତ୍ତ୍ୱ ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ କବଳିତ କରିଛି । ଉଗ୍ରବାଦ, ଅପରାଧିକ ପ୍ରବୃତ୍ତି, ଅସାମାଜିକ କାର୍ଯ୍ୟକଳାପ, ଆଇନ ଓ ଶାସନ ବ୍ୟବସ୍ଥାକୁ ଅସମ୍ମାନ, ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଦିଗରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଡା. ଟୁଡୁ କହିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ । ଏଥିରେ ଜିଲ୍ଲାର ନେସନାଲ ହାଇସ୍କୁଲର ୪୪ ଜଣ ଓ ଖଡିଆଳ ରାଜା ଏଟି ହାଇସ୍କୁଲର ୪୪ ଜଣ ଛାତ୍ରୀଛାତ୍ରୀ ସମେତ ମୋଟ ୮୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଆରଆଇ ପଙ୍କଜ ନାଏକ, ଆଇଆଇସି ବିବେକାନନ୍ଦ ମହନ୍ତ, ଏସଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମେତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.