ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ଭାବେ ଇଂ ପ୍ରଦୀପ ବେହେରା ମନୋନୀତ

ଭୁବନେଶ୍ଵର: ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ଭାବେ ଇଂ ପ୍ରଦୀପ ବେହେରା ମନୋନୀତ ହୋଇଛନ୍ତି। ୧୯୨୪ ମସିହାରେ ପ୍ରତିଷ୍ଠା ହୋଇଥିବା ଅଖିଳ ଭାରତବର୍ଷୀୟ ଯାଦବ ମହାସଭା ଦେଶର ଯାଦବମାନଙ୍କ ଏକକ ସଂଗଠନ ଭାବେ ସୁପରିଚିତ। ଇଂ ବେହେରାଙ୍କ ପୂର୍ବରୁ ଦିନେଶ ଯାଦବ ଏହି ପଦବୀରେ ଥିଲେ। ଦିନେଶ ଯାଦବ ରାଷ୍ଟ୍ରୀୟ ଯୁବ ସଭାପତି ଥିବା ସମୟରେ ଦେଶର ଯୁବ ଯାଦବ ମହାସଭାସବୁ ବେଶ ସୁଦୃଢ ହୋଇପାରିଥିଲା। ଓଡ଼ିଶାର କଟକରେ ଜନ୍ମିତ ଇଂ. ପ୍ରଦୀପ ବେହେରା ପୂର୍ବରୁ ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁବ ସଭାପତି ଭାବେ ନିଜ କାର୍ଯ୍ୟ ସଂପାଦନ କରିଛନ୍ତି। ଇଂ ବେହେରା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାଶ ଚନ୍ଦ୍ର ବେହେରା ଓ ମମତା ବେହେରାଙ୍କ ସୁଯୋଗ୍ୟ ସନ୍ତାନ। ସିଭିଲ ଇଞ୍ଜିନିୟରିଂ(ବିଇ) କରିଥିବା ଇଂ ପ୍ରଦୀପ ବେହେରା ୨୦୧୦ ମସିହା ଠାରୁ ଯାଦବ ମହାସଭା ସହ ଜଡିତ।

Omkar Vasthu
Omkar Vasthu


୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ ସେ କଟକ ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ଥିବାବେଳେ ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ଉତ୍କଳ ଯୁବ ଯାଦବ ମହାସଭାର ସାଧାରଣ ସଂପାଦକ ଥିଲେ। ୨୦୧୫ ମସିହା ଠାରୁ ସେ ଉତ୍କଳ ଯାଦବ ମହାସଭାର ଯୁବ ସଭାପତି ଭାବେ କାର୍ଯ୍ୟକରି ଆସୁଛନ୍ତି। ଏହାସହ ଇଂ ବେହେରା ଅନ୍ତଃରାଷ୍ଟ୍ରିୟ ମାନବାଧିକାର ଏସୋସିଏସନର ଓଡିଶା ରାଜ୍ୟ ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି।ତାଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ରାଜ୍ୟର ୩୦ଟି ଜିଲ୍ଲାର ଯୁବ ଯାଦବ ମହାସଭା ବେଶ ସକ୍ରିୟ ହୋଇ ପାରିଥିଲା। ତେଣୁ ଇଂ ବେହେରା ଏହି ନୂତନ ଦାୟିତ୍ବକୁ ମଧ୍ୟ ସୁଚାରୁ ଭାବେ ସଂପାଦନ କରିବେ ବୋଲି ଦେଶର କୋଟି କୋଟି ଯାଦବମାନେ ଆଶା କରୁଛନ୍ତି। ଇଂ ବେହେରା ଏହି ପଦବୀରେ ଅବସ୍ଥାପିତ ହେବାପରେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ପ୍ରତାପ ସିଂ, ରାଷ୍ଟ୍ରୀୟ ପ୍ରମୁଖ ମହାସଚିବ ପ୍ରମୋଦ ଚୈ।ଧୁରୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହ ଯୁବ ଯାଦବ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଇଂ. ବେହେରାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Pearl dental clinic
Near Ashish Medical Store, Bhawanipatna

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.