ରବି ଫସଲ ବିହନ ବିଶୋଧନ ସଂକ୍ରାନ୍ତିୟ ବୈଠକ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଲଇତରା ଗ୍ରାମର ଚାଷୀମାନଙ୍କୁ ନେଇ କୃଷି ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କୃଷି ବିଭାଗର ଅନେକ କର୍ମଚାରୀ ଯୋଗ ଦେଇଥିଲେ। ବୈଠକରେ ରବି ଫସଲର ବିହନ ବିଶୋଧନ ସଂପର୍କରେ ଚାଷୀ ମାନଙ୍କୁ ବିଷଦ ଭାବରେ ଅବଗତ କରାଇଥିଲେ। ଏଥିରେ କତରକେଲା ସରପଞ୍ଚ ମମତା ମହାନନ୍ଦ, ୱାର୍ଡ ସଭ୍ୟ ରମଣୀ ମହାନନ୍ଦ ଓ ସନ୍ତୋଷ ସିଂ ନାଗ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନେକ ଚାଷୀ ଯୋଗ ଦେଇଥିଲେ।

ଟିଟିଲାଗଡ଼ ପ୍ରତିନିଧି ହେମସାଗର ମହାନନ୍ଦଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.