ଧର୍ମଗଡ଼ କଂଗ୍ରେସରୁ ରଶ୍ମିରେଖା ଓ ବିଜେପିରୁ ସୁଧୀରଙ୍କ ପ୍ରାର୍ଥୀପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ପ୍ରାର୍ଥୀପତ୍ର ଦାଖଲ ଅବସରରେ ବୁଧବାର ଧର୍ମଗଡ଼ ସହର ଲୋକାରଣ୍ୟ ହୋଇ ଉଠିଥିଲା। ବିଜେପି ଓ କଂଗ୍ରେସ ପ୍ରମୂଖ ରାଜନୈତିକ ଦଳର ପ୍ରାର୍ଥୀ ସେମାନଙ୍କ ଶହ ଶହ ସମର୍ଥକଙ୍କ ଗ୍ରହଣରେ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ସୁଧୀର ପାଟ୍ଟଯୋଷୀ ଧର୍ମଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭଣ୍ଡାରଘରଣୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

Omkar Vasthu
Omkar Vasthu

ସେହିପରି ଧର୍ମଗଡ଼ କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ରଶ୍ମିରେଖା ରାଉତ ସ୍ଥାନୀୟ ନୁଆ ବସଷ୍ଟାଣ୍ଡ ନିକଟରୁ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ତୁଷାର ରଞ୍ଜନ ପାଟ୍ଟଯୋଶୀ, ଡମ୍ବରୁଧର ଲହଜଲ, ଲକ୍ଷ୍ମଣ ଶବର ପ୍ରମୁଖ ଉପସ୍ଥିତ ରହିଥିଲେ। ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପିର ବିଧାୟକ ପ୍ରାର୍ଥୀ ମନୋଜ ମେହେର ମଧ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.