ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ‘ପୃଥିବୀ ଦିବସ-୨୦୨୪’

ଓଡ଼ିଆ ବାର୍ତ୍ତା/  ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ପୃଥିବୀ ଦିବସର ମୁଖ୍ଯ ପ୍ରସଙ୍ଗ ଗ୍ରହ ବନାମ ପ୍ଲାଷ୍ଟିକ୍ (ପ୍ଲାନେଟ୍ ବନାମ ପ୍ଲାଷ୍ଟିକ) କୁ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଭୂଗୋଳ ବିଭାଗ, ଭୂବିଜ୍ଞାନ ବିଭାଗ ଓ ପରିବେଶ ବିଜ୍ଞାନ ବିଭାଗର ମିଳିତ ସହଯୋଗ ରେ ‘ପୃଥିବୀ ଦିବସ-୨୦୨୪’ ପାଳିତ ହୋଇଯାଇଛି। ଏହି ୫୫ତମ ପୃଥିବୀ ଦିବସ ପାଳନ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରିଥିଲେ। ଏହି ଦିବସର ସ୍ବାତନ୍ତ୍ର୍ଯ ସଂପର୍କରେ ଡ଼କ୍ଟର ନିହାର ରଞ୍ଜନ ରାଉତ ଓ ଡ଼କ୍ଟର ରୋଜାଲିନ ଦାସ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୃଥିବୀକୁ ସଂପୂର୍ଣ୍ଣ ପ୍ଲାଷ୍ଟିକ ବିହୀନ କରିବାର ସଂକଳ୍ପ ନେଇ ପ୍ଲାଷ୍ଟିକ ବ୍ୟବହାରକୁ ଯଥା ସମ୍ଭବ ହ୍ରାସ କରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରୟାସ କରିବା ଓ ଆସନ୍ନ ପିଢ଼ୀକୁ ଏକ ନୂତନ ଓ ସୁସ୍ଥ ଜୀବନ ବଞ୍ଚିବା ପାଇଁ ପୃଥିବୀକୁ ପୁନଃନିର୍ମାଣ କରବାକୁ ଆପ୍ରାଣ ଉଦ୍ୟମର ଆହ୍ବାନ ଦେଇଥିଲେ। ଏଥିସହ ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସୂର୍ଯ୍ୟେନ୍ଦୁ କୁମାର ଦେ ଯୋଗଦେଇ, ପୃଥିବୀ ଦିବସ ପାଳନର ଇତିହାସ ସହ ଏଥି ସଂପର୍କିତ ଅନେକ ମୂଲ୍ୟବାନ ସଂଯୋଗିକ ସୂଚନାଗୁଡିକ ଦେଇଥିଲେ। ଏହି ଅବସରରେ ଡ଼କ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ମୂଖ୍ଯ ପ୍ରସଙ୍ଗରେ ଆଲୋକପାତ କରି କହିଥିଲେ, ପ୍ଲାଷ୍ଟିକ୍ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ୱାସ୍ଥ୍ୟକର ବାତାବରଣ ଏବଂ ପରିବେଶର ଅପ୍ରୀତିକର ସ୍ଥିତି ଜନଜୀବନକୁ ବିପଦ ସଙ୍କେତ ଦେବା ଆରମ୍ଭ କରିସାରିଛି। ଏଣୁ କୌଣସି ଗୋଟିଏ ଦିନକୁ ପୃଥିବୀ ସୁରକ୍ଷାର ଦିନ ଭାବେ ପାଳନ ନକରି ପ୍ରତିଦିନ ସମସ୍ତେ ନିଜନିଜ ସ୍ତରରେ ପ୍ରଦୂଷିତ ପଦାର୍ଥର ବ୍ୟବହାର ବର୍ଜନ କରିବା ଉଚିତ।

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମର ମୂଖ୍ଯବକ୍ତା ଭାବେ ଭୂଗୋଳ ବିଭାଗର ପ୍ରଫେସର ମନୋରଞ୍ଜନ ମିଶ୍ର ଯୋଗଦେଇ ବର୍ତ୍ତମାନ ପୃଥିବୀର ଇକୋସିଷ୍ଟମ କ୍ଷୀପ୍ର ଭାବରେ କ୍ଷତିଗ୍ରସ୍ତ ହେଉଥିବାର ଏକ ପ୍ରମୁଖ କାରଣ ପ୍ଲାଷ୍ଟିକ ବୋଲି ଉଲ୍ଲେଖ କରିଥିଲେ। ସମୟାନୁକ୍ରମେ ପରିବେଶର ପରିବର୍ତ୍ତନ ସମ୍ବନ୍ଧୀୟ ଏକ ଉପସ୍ଥାପନା ପ୍ରଦର୍ଶିତ କରିଥିଲେ। ଏଥିରେ ସାଂପ୍ରତିକ ପରିବେଶର ସ୍ଥିତି ଓ ୨୦୫୦ ବର୍ଷର ଆନୁମାନିକ ସ୍ଥିତି ସଂପର୍କରେ ଦୃଷ୍ଟିପାତ କରାଯାଇଥିଲା। ପୁନଃବ୍ୟବହୃତ ଯୋଗ୍ଯ ପ୍ଲାଷ୍ଟିକ ତଥବା ଏକକ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରୟୋଗ ଏହି ଜୀବନ ପ୍ରତି ବିପଦ ସମ୍ବେଦନଶୀଳ ପ୍ରସଙ୍ଗକୁ ଦୂରୀଭୂତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ପ୍ରଫେସର ରବିନ୍ଦ୍ର ନାଥ ହୋତା ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ଲାଷ୍ଟିକର ବହୁଳ ବ୍ୟବହାରର କାରଣ ଓ ଏହାର କୁପରିଣାମ ପରିବେଶ, ଜୀବନଶୈଳୀ ଓ ସ୍ବାସ୍ଥ୍ୟ ଉପରେ କିପରି ସିଧାସଳଖ ଜଡ଼ିତ ହୋଇରହିଛି ସେ ସଂପର୍କରେ ନିଜ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଅନ୍ୟାନ୍ଯ ବିଭାଗର ମୁଖ୍ଯ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଡ଼କ୍ଟର ସସ୍ମିତା ବେହେରା ପରିଚାଳନା କରିଥିଲେ ଓ ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.