ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ ଜଣାଇଲା ଗରିବସେନା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନ (୭୧)ରେ ୩ ପ୍ରମୁଖ ଦଳ ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଜେପି ତାର ଭେଟେରାନ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏବଂ କଂଗ୍ରେସ ପିସିସି ମୁଖିଆ ନିଜେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମଇଦାନରେ ଲଢେଇ କରିବେ। ଏ ପଟେ କିନ୍ତୁ ଜିଲ୍ଲାର ସମସ୍ତ ଆଦିବାସୀ ଏକଜୁଟ ହୋଇ ସ୍ୱାଧୀନ ପ୍ରାର୍ଥୀରୂପେ ଘାସିରାମ ମାଝୀଙ୍କୁ ବିଜୟୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଦିବାସୀ ବହୁଳ ଏହି ନିର୍ବାଚନ ମଣ୍ଡଳୀରେ ସବୁ ଆଦିବାସୀ ବର୍ତମାନ ଏକଜୁଟ ହୋଇ ବିଭିନ୍ନ ରାଜନୈତିକ ଦଳରେ ବିଲକୁଲ ସାମିଲ ହେଉନାହାନ୍ତି। ଏହି ପରିପେକ୍ଷୀରେ ଗୁରୁବାର ସଦର ମହକୁମା ସ୍ଥିତ ଗୋଡ଼ଫୁଲା ପଡିଆ ଠାରେ ଗରିବ ସେନା ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଗରିବ ସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ ଏବଂ ତାଙ୍କର ଶତାଧିକ ସମର୍ଥକ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପୂର୍ଣ୍ଣ ସମର୍ଥନ କରି ଆଗାମୀ ନିର୍ବାଚନରେ ବିଜୟର ମୁକୁଟ ପିନ୍ଧାଇବେ ବୋଲି ପ୍ରକାଶ କରିଛନ୍ତି। ଏହା ସହିତ ଶ୍ରୀ ମଙ୍ଗରାଜ ଏହି ଅଂଚଳରେ ବିଦେଶୀଙ୍କୁ ହଟାଇ ସ୍ବଦେଶୀ ବା ଅଂଚଳ ଜନନେତା ଘାସିରାମ ମାଝୀଙ୍କୁ ୧୦୦ ପ୍ରତିଶତ ନିସ୍ଵାର୍ଥପର ଭାବେ ତନ, ମନ ଓ ଧନ ଦେଇ ବିଜୟୀ କରାଇବୁ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ, ଗରିବ ସେନା ସଭାପତି ରବୀନ୍ଦ୍ର ମଙ୍ଗରାଜ, ଆଦିବାସୀ ନେତା ଭାନୁ ପ୍ରତାପ ସିଂ ମାଝୀ, ଖାମ ସିଂ ମାଝୀ, ହୋମ ସିଂ ମାଝୀ, ବାଳକୃଷ୍ଣ ଶବର, ଯୁବନେତା ସୁଧୀର ମିଶ୍ର, ବିମଲ ସାହୁ ଉପସ୍ଥିତ ଥୁବା ବେଳେ ଗରିବସେନାର ହରି କୁଲଦୀପ, ଦୁଷ୍ମନ୍ତ ଦୁରିଆ, ଗଦାଧର ମାଝୀ, ସୁବାଷ ଆଡ଼ବଙ୍ଗ, ଖୁସି ଜଗତ, ସୁଶାନ୍ତ ଜଗତ, ଲଛମନ ତାଣ୍ଡି, ବାଲେଶ୍ୱର ସାହୁ, ନାରୁ ପାଣ୍ଡେ, ଯୋଗେଶ୍ୱର ପାଣ୍ଡେ ପ୍ରମୁଖ ଏବଂ ଶତାଧିକ କର୍ମକର୍ତ୍ତା ଏଠାରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.