ତାରା ତାରିଣୀ ମନ୍ଦିର ତଳ ସିଂହଦ୍ୱାର ହୁଣ୍ଡି ଭାଙ୍ଗି ଚୋରି ଉଦ୍ୟମ ପଣ୍ଡ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗତକାଲି ୫ମ ପାଳି ମଙ୍ଗଳ ବାର ଯାତ୍ରା ସରିଲା ପରେ ବିଳମ୍ବିତ ରାତ୍ରରେ ମନ୍ଦିର ତଳ ସିଂହଦ୍ୱାର ହୁଣ୍ଡୀ ଭାଙ୍ଗି ଟଙ୍କା ଚୋରୀ ପାଇଁ ଉଦ୍ୟମ କରୁଥିଲା ବେଳେ କିଛି ଲୋକଙ୍କ ପାଟି ଶବ୍ଦ ଶୁଣି ଚୋର ହୁଣ୍ଡୀ ଛାଡି ପଲେଇ ଯିବାର କିଛି ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି | କାରଣ ହୁଣ୍ଡିର ତାଲା ଖୋଲା ଯାଇନାହିଁ କେବଳ ହୁଣ୍ଡିର ଉପର ଏକ ପ୍ଲେଟ କୁ କୌଣସି ଏକ ଅସ୍ତ୍ର ରେ ଚୋର ଭାଙ୍ଗୁଥିଲା ବେଳେ କୌଣସି ଲୋକର ପାଟି ଶୁଣି କିମ୍ବା ତାଲା ଭାଙ୍ଗିବାରେ ଅସମର୍ଥ ହୋଇ ଚୋର ପଲେଇ ଯାଇଛି | ତେବେ ସକାଳୁ ଏହିଘଟଣା ଜଣା ପଡିଲା ପରେ ଦେଖିଲା ବେଳକୁ ହୁଣ୍ଡୀ ରୁ ଟଙ୍କା ଚୋରୀ ହୋଉନି, ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ତଦନ୍ତ କରୁଛି | ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି ଙ୍କ କହିବା କଥା ତଳ ସିଂହଦ୍ୱାରେ ସିସି କେମେରା ଲଗାଯାଇଥିଲା ବେଳେ ଚୋର ମାନେ ବିଦ୍ୟୁତ କଟ ସମୟରେ ତାହାକୁ ଭାଙ୍ଗି ଦେଇ ମାଙ୍କଡ଼ ଭାଙ୍ଗି ଦେଉଥିବାର ନା ଦେଉଛନ୍ତି | ତେବେ ଚୈତ୍ର ମାସର ଲୋକଙ୍କ ଦାନ ଅର୍ଥ ଦେଖି ଚୋର ମାନେ ମିଶିକରି କିମ୍ବା ବ୍ୟକ୍ତିଗତ ଜଣେ ଏପରି କାମ କରିଛନ୍ତି | ତେବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି କହିଛନ୍ତି ଯାତ୍ରା ପୂର୍ବରୁ ମନ୍ଦିର ତଳ ଓ ଉପର ହୁଣ୍ଡୀ ଖୋଲା ଯାଇ ସବୁ ଅର୍ଥ ବାହାର କରାଯାଇଥିଲା | କେବଳ ଚୈତ୍ର ମାସର ଯାହା ଅର୍ଥ ଅଛି | ତେବେ ଚୋର ମାନଙ୍କ ଉପରେ ଗତିବିଧି କରିବା ପାଇଁ ସେ ଏସପି ଙ୍କ ସହ କଥା ହେବେ ଓ ଲୋକଙ୍କ ସହଯୋଗ ରେ ଚୋର ମାନଙ୍କୁ ନିହାତି ଧରା ଯିବ ବୋଲି ଟିକେ ରେଡି ଓ ଆଇ ଆଇସି ବିପିନ ବିହାରୀ ହୋତା, ଏସଡିପିଓ ରଜନୀ କାନ୍ତ ସାମଲ ସୂଚନା ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.