ବାହାଘରକୁ ଯିବା ହେଲା କାଳ: ଗାଡି ଓଲଟି ୨ ମୃତ, ୩୩ ଗୁରୁତର

ମୋହନା, (ଏସ୍. ତ୍ରିପାଠୀ): ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା ।

Udyog Nursery
Udyogi Nursery


ଉକ୍ତ ଡାଲା ଗାଡିଟି ଓଲଟି ପଡ଼ିବାରୁ ଗାଡି ପଛପଟେ ବସିଥିବା ଯାତ୍ରୀମାନେ ଗାଡିତଳେ ଚାପିହୋଇ ରହିଥିଲେ । ଖବର ପାଇ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ପୁଲିସ ପ୍ରଶାସନର ଉଦ୍ୟମରେ ଗାଡିରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ସହ ସେମାନଙ୍କୁ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୩ ଜଣ ଗୁରୁତର ଥିବା ଜଣାପଡିଛି । ମୃତକ ମାନେ ହେଲେ ଯାମଡିହ ଗ୍ରାମର ଯନ୍ତ ଦଳବେହେରା  ଓ ଗାୟତ୍ରୀ ରଇତ । ଗୁରୁତର ମାନଙ୍କ ମଧ୍ୟରୁ ତିନିରୁ ଚାରି ବର୍ଷର ଏକ ଶିଶୁ ରହିଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.