ପୋଲିସ କର୍ମଚାରୀ ସୁଶାନ୍ତ ଦାଶଙ୍କ ପରଲୋକ

କଳାହାଣ୍ଡି, (ନବୀନ କିଶୋର ସାହୁ): ଜୟପାଟଣା ଥାନାରେ କାର୍ଯ୍ୟରତ ପୋଲିସ ବିଭାଗର କର୍ମଚାରୀ ସୁଶାନ୍ତ ଦାଶଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। କର୍ଲାମୁଣ୍ଡା ବ୍ଲକ କୁସୁର୍ଲା ଗ୍ରାମରେ ଜନ୍ମିତ ସ୍ବର୍ଗତ ଦାସ ଜଣେ କ୍ରୀଡ଼ାବିତ ଓ ଦକ୍ଷ ପୋଲିସ କର୍ମଚାରୀ ଭାବେ ସାରା ଜିଲ୍ଲାରେ ପରିଚିତ ଥିଲେ । ସେ କଳାହାଣ୍ଡି ଜିଲ୍ଲା ହାବିଲଦାର ଓ ସିପାହୀ ସଂଘର ପୂର୍ବତନ ସଭାପତି ଭାବେ ଅବସ୍ଥାପିତ ହୋଇଥିଲେ । ସ୍ବର୍ଗତ ଦାସଙ୍କ ଏକମାତ୍ର ପୁଅ ଶୁଭ ସଂକେତ ଦାଶ ( ରାଜ ) ମୁଖାଅଗ୍ନି ଦେଇଥିଲେ ।

Omkar Vasthu
Omkar Vasthu

ସ୍ବର୍ଗତ ସୁଶାନ୍ତ ଦାଶ ହେଉଛନ୍ତି ବିଶିଷ୍ଠ ଶିକ୍ଷାବିତ ଲୋକନାଥ ଦାଶଙ୍କ ଜ୍ୟେଷ୍ଠ ପୁଅ ତଥା ସାମ୍ବାଦିକ ହେମନ୍ତ କୁମାର ଦାଶଙ୍କ ବଡ ଭାଇ ଅଟନ୍ତି । ତାଙ୍କର ମୃତ୍ୟୁରେ କଳାହାଣ୍ଡି ପୋଲିସ ମହଲ ତଥା ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଦାସଙ୍କ ପରିବାର ବର୍ଗକୁ କଳାହାଣ୍ଡି ପୋଲିସ ମହାସଂଘ, ଯୁବ ଖବର ଓଡିଶା ପରିବାର, ମ. ରାମପୁର ବ୍ଲକ ଅଧ୍ୟକ୍ଷ ଜିବି ଏସ୍ ପଣ୍ଡା, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଅରବିନ୍ଦ ଚୌଧୁରୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡିରୁ ଆଞ୍ଚଳିକ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ସମେତ ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସମବେଦନା ଜଣାଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.