ବର୍ଷା ଅଭାବରୁ ଡାଲିଜାତୀୟ ଫସଲ ଅମଳ ପ୍ରଭାବିତ

କଳାହାଣ୍ଡି, (ନରୋତ୍ତମ ସେଲମା): ଧାନ ଫସଲ ଅପେକ୍ଷା ଡାଲିଜାତୀୟ ଫସଲ ଚାଷ ଅଧିକ ଅର୍ଥକାରୀ ଫସଲ ଅଟେ । ବଜାରରେ ଡାଲି ସାମଗ୍ରୀର ଦର ଅଧିକ ରହିଥାଏ । ଧାନ ଫସଲ ଅମଳ ପରେ ଚାଷୀ ଡାଲିଜାତୀୟ ଫସଲ ଯଥା ମୁଗ, ବିରି, କୋଳଥ, ହରଡ, ମଟର ଚଣା, ଖୁଡିଆଚଣା, ନାକଚଣା, ମସୁର ଚାଷ କରିଥାଏ । ଫଳରେ ଏହା ଅଧିକ ପରିମାଣରେ ଅମଳ ହେଲେ ଚାଷୀ ତାର ବର୍ଷକର ଖାଇବା ବାବଦରେ ମହଜୁଦ ରଖି ବାକି ତକ ବିକ୍ରି କରି ବେଶ ଦି’ ପଇସା ଉପାର୍ଜନ କରିଥାଏ । କିନ୍ତୁ ଚଳିତ ବର୍ଷ ମୋଟେ ବର୍ଷା ହୋଇନଥିବାରୁ ଏଇ ଡାଲିଜାତୀୟ ଫସଲ ପ୍ରଭାବିତ ହୋଇଛି । ଅମଳରେ ବ୍ୟାପକ ପ୍ରଭାବ ପଡିଛି । ସ୍ଥାନୀୟ ଚାଷୀ ପୂର୍ବବର୍ଷ ଅପେକ୍ଷା ଏଥର ଅଧିକ ପରିମାଣରେ ଚାଷ କରିଥିଲେ ମଧ୍ୟ ବର୍ଷା ନ ହେବାରୁ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଚଳିତ ବର୍ଷ କର୍ଲାମୁଣ୍ଡା ବ୍ଳକରେ ୪୫୦୦ ହେକ୍ଟର ଜମିରେ ମୁଗଚାଷ, ୫୫୦ ହେକ୍ଟର ଜମିରେ ବିରିଚାଷ, ୫୦ ହେକ୍ଟର ଜମିରେ ମସୁରି ଚାଷ, ୨୪୦ ହେକ୍ଟର ଜମିରେ କୋଳଥ ଚାଷ, ୬୦ ହେକ୍ଟର ଜମିରେ ମଟର ଚଣା ଚାଷ, ୩୦ ହେକ୍ଟର ଜମିରେ ଖଡିଆଚଣା ଚାଷ, ୬୦ ହେକ୍ଟର ଜମିରେ ନାଗଚଣା ଚାଷ ହୋଇଅଛି । ବର୍ତମାନ ଖଡିଆଚଣା, କୋଳଥ ଆଦି ଅମଳକ୍ଷମ ହୋଇସାରିଲାଣି । ହେଲେ ପୂର୍ବବର୍ଷ ପରି ଏଥର ଅମଳ ହେଉ ନ ଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.