ସୁନାବେଡାରେ ନିଜର ସ୍ଥିତି ଜାହିର କଲେ ମାଓବାଦୀ

୫.୫ କେଜି ଲ୍ୟାଣ୍ଡମାଇନ, ୩ ଡେଟୋନେଟର ସହ ୧୦୦ ମିଟର ତାର ଉଦ୍ଧାର

ନୂଆପଡା: କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚେରେଚୁଆଁ ବନ୍ୟ ଯନ୍ତୁ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଚେକ ଗେଟ ନିକଟରେ ଲ୍ୟାଣ୍ଡମାଇନ ଠାବ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ଚେରେଚୁଆଁ ଗାଁରେ ଥିବା ବନ୍ୟ ଯନ୍ତୁ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେରେ ଥିବା ଚେକ ଗେଟ ନିକଟରେ କିଛି ଲୋକ ତାର ବିଛା ଯାଇଥିବା ଦେଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ସେମାନେ ବାରକୋଟରେ ଥିବା ୨୧୬ ସିଆଇପିଏଫ ଯବାନ ମାନଙ୍କୁ ଜଣାଇ ଥିଲେ। ଖବର ପାଇ ୨୧୬ ସିଆରପିଏଫ ସୁପରିଟେଣ୍ଡେଣ୍ଟ ରାଜେଶ ବତ୍ସ, ଯବାନ ଓ ବମ ନିଷ୍କ୍ରିୟକାରୀ ଟିମ ସହ ସେଠାରେ ପହଞ୍ଚି ଥିଲେ। ଦୀର୍ଘ ୩ ଘଣ୍ଟା ଧରି ସର୍ଚ୍ଚ ଅପରେସନ ହୋଇଥିଲା। ସର୍ଚ୍ଚ ପରେ ଘଟଣା ସ୍ଥଳ ରୁ ୫.୫ କେଜି ଲ୍ୟାଣ୍ଡମାଇନ, ୩ ଟି ଡେଟୋନେଟର ଓ ୧୦୦ ମିଟର ତାର ଜବତ କରିଥିଲେ। ତେବେ ଲ୍ୟାଣ୍ଡମାଇନ ଓ ଡେଟୋନେଟର ଠାବ କରି ସାରିବା ପରେ ପାଖ ଚେରେଚୁଆଁ ପ୍ରାଥମିକ ବିଦ୍ୟାଳୟ ପଛ ପଟ ନାଳରେ ବିସ୍ଫୋରଣ କରି ଦିଆ ଯାଇଥିଲା। ଲ୍ୟାଣ୍ଡମାଇନ ବିଛା ଯାଇଥିବା ଏହି ରାସ୍ତାଟି ବାରକୋଟରୁ ଚେରଚୁଆଁ ଓ ସୁନାବେଡାକୁ ସଂଯୋଗ କରେ। ଏହି ରାସ୍ତା ଦେଇ ସର୍ବସାଧାରଣ ଓ ସିଆରପିଏଫ ଯବାନ ମାନେ ଯିବା ଆସିବ କରିଥାନ୍ତି। 

Udyog Nursery
Udyogi Nursery

ଏହି ଖବର ମିଳିବା ପରେ ଚେରେଚୁଆଁ ତଥା ଆଖପାଖ ଅଂଚଳ ରେ ଭୟର ବାତାବରଣ ଥିବାର ସୂଚନା ମିଳିଛି। ଏହି ପରିପେକ୍ଷୀରେ ସିଆରପିଏଫ ସୁପରିଟେଣ୍ଡେଣ୍ଟ ରାଜେଶ ବତ୍ସ କହିଛନ୍ତି ଯେ, ଠାବ ହୋଇ ଥିବା ବିସ୍ଫୋରଣକୁ ବ୍ଲାଷ୍ଟ କରିବା ସମୟ ରେ ୨୦୦ ମିଟର ଅଂଚଳ କୁ ସିଲ କରି ଦିଆ ଯାଇଥିଲା। ବର୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.