କବିତା ମହାନ୍ତିଙ୍କ କବିତା : ମଧୁ ବର୍ଣ୍ଣବୋଧ

କଅଁଳ ବୟସେ ହସ୍ତରେ ଧରିଲି
ମଧୁ ବର୍ଣ୍ଣବୋଧ ବହି
ମୋ’ ଭାଷା କୁସୁମ ସୌନ୍ଦର୍ଯ୍ୟ ସୁବାସ
ମନକୁ ନେଲା ମୋ ମୋହି ।

ଲଳିତ ମଧୁର ଶିଶୁ ପ୍ରିୟ ଗୀତ
ଭକ୍ତ କବି ମଧୁ ଲେଖି
ଓଡିଆ ଭାଷାର ବାଣୀ ଭଣ୍ଡାର ରେ
ଶଦ୍ଦ ରତ୍ନ ଦେଲେ ଯୋଖି ।

ପିତାମାତା ଆମ ସଂସାର ଭିତରେ
ସବୁଠୁ ବଡ ଦେବତା
ତାଙ୍କ ଉପଦେଶ ଶୈଶବ କାଳେରେ
ଶିଶୁ ପାଇଁ ଥିଲା ଗୀତା ।

ଓଡିଆ ଜାତିକୁ ବର୍ଣ୍ଣ ପରିଚୟ
ଖଡି ଧରି ଶିଖାଇଲେ
ଭକ୍ତ କବି ସିଏ ଶିକ୍ଷକ ଗୌରବ
ଭାଷାର ଟେକ ରଖିଲେ ।

ବର୍ଣ୍ଣବୋଧ ତାଙ୍କ ଅମର କୀରତି
ଓଡିଆ ଭାଷାର ରତ୍ନ
କୋଟି ପ୍ରଣିପାତ ମଧୁଙ୍କ ପୟରେ
ମାତୃଭାଷା କଲେ ଯତ୍ନ ।

କବିତା ମହାନ୍ତି

ପ୍ରଧାନ ଶିକ୍ଷୟିତ୍ରୀ ସାଇଲୋଝାରପଡା ଉପ୍ରାବିଦ୍ଯାଳୟ କଣ୍ଟାପଡା, କଟକ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.