କର୍ଲାମୁଣ୍ଡା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୨/୨: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ପଞ୍ଚାୟତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ସମାଵର୍ତନ ଉତ୍ସବ ପାଳିତ ହୋଇ ଯାଇଛି। ଏ ଅବସରରେ ମୁଖ୍ୟ ଅତିଥିଭାବେ ନର୍ଲା ବିଧାୟକ ଧନେଶ୍ଵର ମାଝୀ, ମୁଖ୍ୟ ବକ୍ତା ଗୋଷ୍ଟି ଉନ୍ନୟନ ଅଧିକାରୀ କର୍ଲାମୁଣ୍ଡା କିଶୋର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗଜଵାହାଲ ହାଇସ୍କୁଲ  ପ୍ରଧାନ ଶିକ୍ଷକ ବିଜୟ କୁମାର ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ମ. ରାମପୁର ପୁଷ୍ପେନ୍ଦ୍ର ସିଂହଦେଓ, ସେଣ୍ଟ ଡାନିଆଲ‌ ସ୍କୁଲର ପଵ୍ଳିକ ସ୍କୁଲର ଅଧ୍ୟକ୍ଷ ଜୟଦ୍ରଥ ସୁନା ଯୋଗଦାନ ଦେଇଥିଲେ ।

Omkar Vasthu
Omkar Vasthu

ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିବା ସହିତ ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ପରିବେଷଣ କରିଥିଲେ। ପିଇଟି ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିଥିଵାଵେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ବିବରଣୀ ପାଠ କରିଥିଲେ ଏବଂ ଇଂରାଜୀ ଶିକ୍ଷକ ଦିବ୍ୟ ଶଙ୍କର ଵେଣୁଆ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ଅଭିଭାଷଣ ପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହିତ ପ୍ରିୟାନ୍ଶୁ ସର୍ବ ଶ୍ରେଷ୍ଠ ଛାତ୍ର ରୁପେ ଓ କ୍ରିଡାରେ ବ୍ରାହ୍ମଣୀ ହାଉସ ଚାମ୍ପିଆନ ଭାବେ ପୁରସ୍କୃତ ହୋଇଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଜୀବ ବିଜ୍ଞାନ ଶିକ୍ଷୟତ୍ରୀ ଇତିଶ୍ରୀ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.