ଜୁର୍କାଭଟା – ଗୋରକଲ୍ ବ୍ରିଜ ଦବିଲା ( Visual News)

କଳାହାଣ୍ଡି,୧/୨: ନର୍ଲା ବ୍ଲକ ଅନ୍ତର୍ଗତ ଜୁର୍କାଭଟା – ଗୋରକଲ୍ ବ୍ରିଜ୍ ଦେଇ ଆଜି(ଶୁକ୍ରବାର) ଏକ ଚିପ୍ସ ବୋଝେଇ ଟ୍ରକ ଜିବା ସମୟରେ ବ୍ରିଜ ଦବି ଯାଇଥିଲା ଫଳରେ ଟ୍ରକଟି ଫସି ରହି ଏହି ରାସ୍ତାରେ ଯାନ ବାହାନ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।

ଗତ ବନ୍ୟାରେ ଏହି ବ୍ରିଜର ଦୁଇପାର୍ଶ୍ବ ସଂପୂର୍ଣ୍ଣ ଭାବେ ଧୋଇ ହୋଇ ଯାଇଥିଲା । ଏହାପରେ ମରାମତି କାର୍ଯ୍ୟ ଜେନତେଣ ଭାବେ ସାରି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକଙ୍କ କହିବା କଥା ହେଲା ପୂର୍ବରୁ ଏହି ବ୍ରିଜ କାମ ନିକୃଷ୍ଟ ମାନର ହୋଇଥିବା ବେଳେ ବନ୍ୟା ପରର ମରାମତି କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର, ତେଣୁ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.