ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପିଲାଏ କମାଲ ଦେଖାଇଲେ, ଦର୍ଶକ ଝୁମିଲେ

କଳାହାଣ୍ଡି,୨/୨: ମନଛୁଆଁ ସଙ୍ଗୀତ ଓ ଆକର୍ଷକ ନୃତ୍ୟ ପ୍ରଦର୍ଶନ ସହିତ ଅତିଥିମାନଙ୍କ ଗାରିମାମୟ ଉପସ୍ଥିତିର ସମ୍ମିଶ୍ରଣ ଆଜି ପାଣିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବର ମାହୋଲକୁ  ସରଗରମ କରିଦେଇଛି । ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ଅତିରିକ୍ତ ଶିକ୍ଷାଧିକାରୀ କାଶୀନାଥ ରାଉତରାୟ, ଲାଞ୍ଜିଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ଟଙ୍କଧର ମାଝୀ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ସମିତିସଭ୍ୟ ଚିତ୍ରସେନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ଜାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିବେଶନକୁ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅତ୍ୟନ୍ତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୃତ୍ୟ-ବାଦ୍ୟ ଓ ସଙ୍ଗୀତର ବୈଚିତ୍ର‌ମୟ ପରିବେଶରେ ଅଞ୍ଚଳର ଶହଶହ ଜନସାଧାରଣ ଝୁମି ଉଠିଥିଲେ ।

Udyog Nursery
Udyogi Nursery

ଶିକ୍ଷକ ତପନ କୁମାର ଭୋଇ, ନୀଳାମ୍ବର ସରାଫ ଓ ସନ୍ତୋଷ କୁମାର ପରିଡାଙ୍କ ନିର୍ଦ୍ଦେଶନାରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ପରିଚାଳନା ସମସ୍ତଙ୍କୁ ଛୁଇଁ ଯାଇଥିଲା । ସେହିପରି ସଙ୍ଗୀତଜ୍ଞ ପ୍ରମୋଦ କୁମାର ପରିଡ଼ା, ଲକ୍ଷ୍ମଣ ବାଗ ଓ ପ୍ରସନ୍ନ ଗୌଡିଆଙ୍କ ବାଦ୍ୟଯନ୍ତ୍ରର ଯୁଗଳବନ୍ଦୀ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.