ନର୍ଲା ହାଇସ୍କୁଲର ବାର୍ଷିକ ଉତ୍ସବ ସମାରୋହ

ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗିନ ହେଲା ପରିବେଶ

କଳାହାଣ୍ଡି,୨/୨: ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ନର୍ଲା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥିଭାବେ ନେସନାଲ ଟ୍ରେଡ ୟୁନିୟନ କଂଗ୍ରେସ ୟୁଥ୍ ଉଇଙ୍ଗ ରାଜ୍ୟ ସଂପାଦକ ସମୀର ଚାନ୍ଦ (ବିଟୁ),

Omkar Vasthu
Omkar Vasthu

ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ପ୍ରମୂଖ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ନର୍ଲା ପ୍ରଗତିବାଦୀ ପ୍ରତିନିଧି ତଥା କାର୍ଯ୍ୟରତ ସାମ୍ବାଦିକ ସଂଘ ସଭାପତି ଲିଙ୍ଗରାଜ ମିଶ୍ର ।

Pearl dental clinic
Near Ashish Medical Store, Bhawanipatna

ସଭା ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ବିବରଣୀ ପଠନ କରି ବିଦ୍ୟାଳୟ ବିଷୟରେ ବିଷଦ ସୂଚନା ପ୍ରଦାନ କରି କହିଲେଯେ, ବିଦ୍ୟାଳୟରେ ମୋଟ ୪୬୫ ଶିକ୍ଷାର୍ଥି ଅଧ୍ୟୟନରତ ଥିବାବେଳେ ୨୩ଜଣ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟରତ ଅଛନ୍ତି ।

Udyog Nursery
Udyogi Nursery

ବିଦ୍ୟାଳୟରେ ଶିକ୍ଷାଦନ ସହ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରାଯାଇଥାଏ, ଯାହା ଫଳରେ ଏହି ବିଦ୍ୟାଳୟର ଅନେକ ଶିକ୍ଷାର୍ଥି ଜିଲ୍ଲା ଓ ରାଜ୍ୟ ସ୍ଥରରେ ନିଜର ପ୍ରତିଭା ପ୍ରଦର୍ଶନ କରି ବିଦ୍ୟାଳୟର ଗୌରବ ବଢାଇ ପାରିଛନ୍ତି । ଏହି ବିଦ୍ୟାଳୟର ଉତ୍ତୋରତର ଅଭିବୃଦ୍ଧି ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ ଓ ପ୍ରଧାନ ଶିକ୍ଷକ ବିଜୟ ସେନାପତି, ବରିଷ୍ଠ ସାମ୍ବାଦିକ ତଥା ପୂରାତନ ଛାତ୍ର ଲିଙ୍ଗରାଜ ମିଶ୍ର ପ୍ରମୂଖଙ୍କୁ ସମ୍ବର୍ଧିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ବିଦ୍ୟାଳୟର ଶିକ୍ଷାର୍ଥି ମାନଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନୃତ୍ୟ ସଂଗୀତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ବିଦ୍ୟାଳୟର ପ୍ରତିଭାବାନ ଛାତ୍ରୀ/ଛାତ୍ରୀ ପଞ୍ଚାନନ ଜାଲ(ସୌରଭ), ସାଗରିକା ଦାଶ ଓ ସାଗରିକା କୁମାର ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.