ରାମନାଗୁଡାଠାରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ରାୟଗଡ/ରାମନାଗୁଡା: ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଜିଲ୍ଲା ସମ୍ମିଳନୀ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ସଂଘର ରାଜ୍ୟ ସଭାନେତ୍ରୀ କମଳା ବେହେରା ପ୍ରଦୀପ ପ୍ରଜ୍ଜଳନ କରିଥିବା ବେଳେ ଭାରତୀୟ ମଜଦୁର ସଂଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଶା କୋଠାବାଡି ନିର୍ମାଣ ମଜଦୁର ସଂଘ ରାଜ୍ୟ ସଭାପତି ଅରୁଣ କୁମାର ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗଦେଇ କରୋନା ମହାମାରୀ ସମୟରେ ଆଶାମାନଙ୍କର ସେବା ଓ ତ୍ୟାଗକୁ ପ୍ରଂଶସା କରିବା ସହିତ ସରକାର ଆଶାମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିଥିଲେ ସୁଦ୍ଧା ସେମାନଙ୍କ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ରାଶି ବଢାନଯିବା ସହ ପ୍ରଦାନରେ ଅବହେଳା କରାଯାଇଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡ଼ାସମାଲୋଚନା କରିଥିଲେ।

Omkar Vasthu
Omkar Vasthu


ସେହିଭଳି ବର୍ତ୍ତମାନ ସୁଦ୍ଧା ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରାନଯିବା, ଆଶାମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନରେ ବିଳମ୍ବ, ପ୍ରୋତ୍ସାହନ ରାଶି ବଢାନଯିବା ଓ ସାମାଜିକ ସୁରକ୍ଷା ପ୍ରଦାନ ସହ କରୋନାରେ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ ଆଶାକର୍ମୀଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ସହାୟତା ରାଶି ଯୋଗାଇଦେବାକୁ ନେଇ ସମ୍ମିଳନୀ ଆଲୋଚନା ହୋଇଥିଲା। ଜିଲ୍ଲା ସଂପାଦିକା ମମତା ବିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ସଭାନେତ୍ରୀ ପୁଷ୍ସାଞ୍ଜଳୀ ଦେହୁରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ସଂଘ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବେହେରା ପୁରୁଣା କମିଟି ଭଙ୍ଗ କରି ସର୍ବସମ୍ମତ କ୍ରମେ ନୂତନ ଜିଲ୍ଲା କମିଟି ନାମ ଘୋଷଣା କରାଯାଇଥିଲା। ଏଥିରେ ଜିଲ୍ଲା ସଭାନେତ୍ରୀ ଭାବେ ପୁଷ୍ସାଞ୍ଜଳୀ ଦେହୁରୀ, ସଂପାଦିକା ଭାବେ ମମତା ବିଶ୍ବାଳ, କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ଉମା ତାଡ଼ିଙ୍ଗି, ଉପସଭାନେତ୍ରୀ ଭାବେ ମାଲେଶ୍ବରୀ, ଗୀତାଞ୍ଜଳି ହିଆଲଙ୍କୁ ସହ ସଂପାଦିକା ଓ କୋଷାଧ୍ୟକ୍ଷ ଭାବେ ପଦ୍ମାବତୀ ଶବର ନିର୍ବାଚିତ ହୋଇଥିଲେ। ପରିଶେଷରେ ନବନିର୍ବାଚିତ ନୂତନ କମିଟିକୁ ଶ୍ରୀ ଅରୁଣ କୁମାର ଲେଙ୍କା ଅଭିନନ୍ଦନ ଜଣାଇଥିଲେ। ଏଥିରେ ଜିଲ୍ଲାର ୨୨ଗୋଟି ବ୍ଲକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହି ସମ୍ମିଳନୀକୁ ସଫଳତାର ସହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ରାମନାଗୁଡା ବ୍ଲକ ସମସ୍ତ ଆଶାକର୍ମୀ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ସହ ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.