କବିଟିଏ ମାଟିର କଥା କହେ : ମାଟିରେ କବିତାର ବୀଜବପନ କରେ

ବୁଢା ଡ଼ଙ୍ଗର ଲୋକ ମହୋତ୍ସବରେ କବିତା ପାଠୋତ୍ସବ

କଳାହାଣ୍ଡି,୨/୨: କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଲୋକ ଉତ୍ସବ ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ଅବସରରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠାନ ସଭାଗୃହରେ ସଂପାଦକ ଅକ୍ଷୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏହି ଆସରରେ ମୁଖ୍ୟ ଅତିଥିଭାବରେ ବିଶିଷ୍ଠ ଗାଳ୍ପିକା ଯାଜ୍ଞସେନୀ ସାହା ଯୋଗଦେଇ କହିଲେ କବିଟିଏ ମାଟିର କଥା କହେ ଏବଂ ମାଟିରେ କବିତାର ବୀଜ ବପନ କରିଥାଏ । ମଣିଷ ଭିତରର ଭଲ ପାଇବା ଟିକକ ମରି ମରି ଯାଉଥିବାବେଳେ ସତ୍ କବିଟିଏ ସବୁବେଳେ ମଣିଷକୁ ଭଲ ପାଇବାର ମହାମନ୍ତ୍ରରେ ମହିମାମଣ୍ଡିତ କରିଥାଏ । ଶବ୍ଦମାନଙ୍କ ସହ ଏକାକ୍ର ହେଇଗଲା ପରେ ତାକୁ କବିତାର ରୂପ ଦିଏ ଅଥବା ସେହି ଭାବ ଟିକକ କଲମଦେଇ କାଗଜରେ ଉରୁରୀଗଲାପରେ କବିତା ହେଇଯାଏ ।

Omkar Vasthu
Omkar Vasthu

କବୟିତ୍ରୀ ରୁବି ଚୌଧୁରୀଙ୍କ ମଂଚ ପରିଚାଳାନାରେ କବିତାଗୁଡ଼ିକୁ ସଂଯୋଜନା କରିଥିଲେ ଯୁବ କବି ଯାଦବେନ୍ଦ୍ର ସାହା । ବରିଷ୍ଠ କବି ବୈଷ୍ଣବ ଚରଣ ସାହା, ଯାଜ୍ଞସେନୀ ସାହା, ରମେଶ ଜେନକ, ଦିପ୍ତିରାଣୀ ସିଂ, ଭାଗିରଥୀ ସିଂହ, ହେମନ୍ତ ସାହୁ, ମାନସ ରଜଂନ ପ୍ରହରାଜ, ଲିଙ୍ଗରାଜ ମିଶ୍ର, ସଂଯୁ୍କ୍ତା ପାଢୀ, ଗାୟତ୍ରୀ ପ୍ରଭାରଥୀ, ହିମାଂଚଳ ସାହୁ, ନଳୀନିକାନ୍ତ ଦାଶ, ଘନଶ୍ୟାମ ସିଂହ, ରମାକାନ୍ତ ସିଂସାହାଣୀ, କୁଳମଣି ସିଂହ, ବିକ୍ରମଦେବ ସାହୁ, ଭଗବତୀ ପଣ୍ଡା, କମ୍ବୁପାଣି ବାଗ ପ୍ରମୁଖ କବିତା ପାଠ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.