କୋଭିଡ କଟକଣା ମଧ୍ୟରେ ଦେବଗିରିରେ ଶିବରାତ୍ରି

ହେଉନାହିଁ ଯାଗର ଯାତ୍ରା, କେବଳ ବିଧି ପାଳନ

କଳାହାଣ୍ଡି, (ନିରଞ୍ଜନ ଗଉଡ): ଆଜି ମହାଶିବରାତ୍ରି। ଶୈବ ଧର୍ମାବଲମ୍ବୀଙ୍କ ସମେତ ସନାତନ ସଂସ୍କୃତିର ଏକ ମହାନ ପର୍ବ। ଏହି ଦିନ ଶିବ ଉପାସନାର ଯଥେଷ୍ଟ ଗୁରୁତ୍ବ ରହିଛି। ତେବେ ଏବର୍ଷ କୋଭିଡ କଟକଣା ଦୃଷ୍ଟିରୁ ଫିକା ପଡିଛି ଶିବରାତ୍ରି। ଶୈବ ପୀଠ ମାନଙ୍କରେ ଅନ୍ୟ ବର୍ଷମାନଙ୍କ ପରି ଆଉ ଗହଳ ଚହଳ ହେଖା ଯାଉନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଏକ ପ୍ରମୁଖ ଶୈବପୀଠ ଦେବଗିରି ମଠ ବୁଢିପଦରରେ ମଧ୍ୟ ପାଳିତ ହେଉଛି ଶିବରାତ୍ରି। ଏଥିରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇଛି। ଏବର୍ଷ କୋଭିଡ କଟକଣା ଦୃଷ୍ଟିରୁ ଯାଗର ମେଳା କିମ୍ବା ନାମଯଜ୍ଞର ଆୟୋଜନ କରାଯାଇନାହିଁ, ତେବେ ପାରମ୍ପରିକ ରିତି ନିତି ଅନୁକ୍ରମେ ମହାଦେବ କାଶି ବିଶ୍ୱନାଥଙ୍କ ଶିବରାତ୍ରି ପାଳନ ହେଉଛି।

Udyog Nursery
Udyogi Nursery


ଏହାସହ ପିଠେଶ୍ବରୀ ଚଣ୍ଡୀଙ୍କ ଠାରେ ସ୍ବତନ୍ତ୍ର ଭାବେ ପୂଜାପାଠ ହେଉଛି। ଆଜି ପ୍ରତ୍ୟୁଷରୁ ପହଡ଼ ଫିଟାଯାଇ କାଶି ବିଶ୍ୱନାଥ ମହାଦେବ ଓ ମହାମାୟା ଚଣ୍ଡୀଙ୍କ ଠାରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଦ୍ବାର ଫିଟା ଯାଇଥିଲା।


ଏଠାରେ ସୂଚନାଯୋଗ୍ୟ ଯେ, ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ପିଠସ୍ଥଳୀ ଭାବେ ଖ୍ୟାତ ଦେବଗିରି ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ଶୈବପୀଠ ଥିବାବେଳେ ପରବର୍ତ୍ତୀ ସମୟରେ ଶୈବ, ଶାକ୍ତ, ବୈଷ୍ଣବ, ସୈ।ର ଓ ଗାଣପତ୍ୟ ଧର୍ମର ମହାନ ପୀଠରେ ପରିଣତ ହୋଇଛି।

ଏହି ମଠର ପ୍ରତ୍ୟେକ ନିତିକାନ୍ତିରେ ଯାଦବ, କନ୍ଧ ଓ ଡମ୍ବ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ଐତିହାସିକମାନେ ଦେବଗିରିର ସମୟସୀମା ଖ୍ରୀ:ପୂ: ୩୦୦ ରୁ ଖ୍ରୀଷ୍ଟାବ୍ଦ ୫ମ ଶତାବ୍ଦୀ ମଧ୍ୟରେ ଆକଳନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.