ଖ୍ୟାତନାମା ଯୁବ ସାମ୍ବାଦିକ ଜଗଦିଶ ନାଏକଙ୍କ ଅକାଳ ବିୟୋଗ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଅଞ୍ଚଳର ଖ୍ୟାତନାମା ଯୁବ ସାମ୍ବାଦିକ ଜଗଦିଶ ନାଏକଙ୍କ ବୁଧବାର ପୂର୍ବାହ୍ନରେ ଅକାଳ ବିୟୋଗ ହୋଇଯାଇଛି । ଗତକିଛି ମାସ ହେଲା ସେ ଶାରିରୀକ ଅସୁସ୍ଥତା ଥିଲେ ମଧ୍ୟ ଗତ କିଛିଦିନ ହେଲା ବେଶ ଚଳଚଞ୍ଚଳ ଥିଲେ । ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ସେ ବିଭିନ୍ନ ଲୋକଙ୍କ ସହ ମିଶି କଥା ବର୍ତ୍ତା ହୋଇଥିଲେ । ବୁଧବାର ସେ ହଠାତ ସେ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜଗଦିଶ ଅକାଳ ବିୟୋଗ ଖବର ପ୍ରଚାରିତ ହେବାମାତ୍ରେ ବହୁ ଶୁଭେଚ୍ଛୁ ଉପସ୍ଥିତ ହୋଇଥିଲେ । ନିଜ ଗାଁ ବିନ୍ଧାଣୀସ୍ଥିତ ତେଲନଦୀ ପଠାରେ ତାଙ୍କ ଶବସଂସ୍କାର କରାଯାଇଥିଲା । ବାପା ଦେବେନ୍ଦ୍ର ନାଏକ ମୁଖାଗ୍ନୀ ଦେଇଥିଲେ । ଶବଧାରରେ ମଧ୍ୟ ବହୁ ଲୋକ ସାମିଲ ହୋଇଥିଲେ । ସ୍ୱଗତଃ ଜଗଦିଶ କର୍ଲାମୁଣ୍ଡା ପ୍ରେସକ୍ଲବର ଉପସଭାପତି, ଆମହାଲଚାଲ ପତ୍ରିକାର ସହସଂପାଦକ ଥିବା ବେଳେ ପ୍ରିଣ୍ଟ ଓ ଇଲେକଟ୍ରୋନିକ ମିଡିଆର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ବାପା, ମା, ଚାରିଭାଇ, ଭଉଣୀ ଅଛନ୍ତି । ତାଙ୍କ ବିୟୋଗରେ କର୍ଲାମୁଣ୍ଡା ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ସଂପାଦକ ପ୍ରଦୀପ କୁମାର ସାହୁ, ସତ୍ୟନାରାୟଣ କୁମାର, ସତ୍ୟବ୍ରତ ବଗର୍ତ୍ତୀ, ଭଜଶ୍ୟାମ ସାହୁ, ଯୁବରାଜ ସାହୁ, କମ୍ବୁପାଣି ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସଂପାଦକ ଶଶିଭୂଷଣ ପ୍ରହରାଜ, କଳାହାଣ୍ଡି ଶାଖା ସଭାପତି ନିରୋଜ ପଟ୍ଟନାୟକ, ମ.ରାମପୁର ପ୍ରେସକ୍ଲବ ସଂପାଦକ ହେମନ୍ତ ସାହୁଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରଶାସନ ପକ୍ଷରୁ ମୃତକ ସାମ୍ବାଦିକ ଙ୍କ ପରିବାରକୁ ସହାୟତା ଯୋଗଇଦେବାକୁ ଦାବୀ ହେଉଛି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.