ଗାଁକୁ ଚାଲ ଅଭିଯାନ


ଲାଞ୍ଜିଗଡ ବ୍ଲକ ପ୍ରଶାସନର ଏକ ଅଭିନବ ପଦକ୍ଷେପ

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକରେ ଥିବା ଅନେକ ଗୁଡିଏ ଗାଁ ଅତି ଦୁର୍ଗମ ଓ ଆଦିବାସି ଅଧ୍ୟୁଷି। ସ୍ୱାଧିନତାର ଦିର୍ଘଦିନ ବିତିଯାଇଥିଲେ ହେଁ ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅପହଞ୍ଚ ହୋଇ ରହିଛି ଏହି ଆଦିବାସି ଇଲାକା। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ‘ଗାଁକୁ ଚାଲ ଅଭିଯାନ’ ପ୍ରସ୍ତୁତ କରାଯାଇଛି। ଏହି ନିକଟ ଅତିତରେ ଲାଞ୍ଜିଗଡ ବ୍ଲକ ବିଡିଓ କାନକୁଟ୍ରୁ ପଞ୍ଚାୟତରେ ଥିବା ଏକ ଆଦିବସି ଅଧ୍ୟୁଷିତ ଗାଁ ବାରଗୁଡା ଅଧିବାସିଙ୍କୁ ପାହାଡ ଉପରୁ ତଳକୁ ଆଣି ୧୬ଟି ଘର ନିର୍ମାଣ କରି ଏକ ନୁତନ ଗାଁ ଆବାସ ନଗର ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି। ବାରଗୁଡା ଗାଁ ଭଳି ଅନେକ ଗାଁ ଅପହଞ୍ଚ ହୋଇ ରହିଛି। ସରକାରଙ୍କ ମୈାଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ସେମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ ଦିବା ସ୍ୱପ୍ନ ହୋଇ ରହିଯାଇଛି। ବ୍ଲକ ପ୍ରଶାସନର ଏହି ନୁତନ ପଦକ୍ଷେପ ଗାଁକୁ ଚାଲ ଯିବା ଅଭିଯାନ ସେମାନଙ୍କ ପାଇଁ ଆଶାର ଆଲୋକ ଦେଖାଇବ ବୋଲି ଆଶା କରାଯାଇଛି। ଏହି ସପ୍ତାହ ଠାରୁ ବ୍ଲକ ପ୍ରଶାସନର ଏକ ଟିମ୍ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଅଞ୍ଚଳର ସମସ୍ୟାକୁ ନେଇ ଲୋକଙ୍କ ସହିତ ଆଲୋଚନା କରିବେ ବୋଲି ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in