ଆବାସ ନଗରରେ ଧରଣୀ ଗୁଡି ସ୍ଥାପନ ପାଇଁ ଭୂମିପୂଜା

କୁଇ ଭାଷାରେ ମନ୍ତ୍ର ଉଚ୍ଚାରଣ କରି ଧରଣୀଗୁଡି ସ୍ଥାପନପାଇଁ ଶୁଭଖମ୍ବ ସ୍ଥାପନ ଯାନୀ

ଲାଞ୍ଜିଗଡ଼: କାନକୁଟରୁ ପଞ୍ଚୟତ ବାରଗୁଡା ଗାଁର ୧୬ ଗୋଟି ପରିବାରକୁ ପାହାଡ଼ ଉପରୁ ତଳକୁ ଆଣିବା ପାଇଁ ଦିଆଲବାହାଲି ଗାଁ ନିକଟରେ ଥିବା ସମତଳ ଜାଗାରେ ଲାଞ୍ଜିଗଡ଼ ବ୍ଲକ ପ୍ରସାସନର ସହଯୋଗରେ ୧୬ ଗୋଟି ଘର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ତାହାକୁ ଆବାସ ନଗର ବୋଲି ନାମ କରଣ କରାଯାଇଛି। ଏହି ଆବାସ ନଗରରେ ଆଦିବାସୀଙ୍କ ବିଶ୍ୱାସର ପ୍ରତୀକ ଧରଣୀଗୁଡିର ନିର୍ମାଣପାଇଁ ଶନିବାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଏଥିରେ ଧରଣୀ ଦେବତାଙ୍କ ପୂଜକ(ଯାନୀ) କୁଇ ଭାଷାରେ ମନ୍ତ୍ର ଉଚ୍ଚାରଣ କରି ଧରଣୀଗୁଡି ସ୍ଥାପନପାଇଁ ଶୁଭଖମ୍ବ ସ୍ଥାପନକରି ନଡ଼ିଆ ଭାଙ୍ଗି ଥିଲେ ଓ ଧରଣୀ ଦେବତା ଙ୍କୁ ମଦ ଅର୍ପଣ କରିଥିଲେ। ପରେ ଧରଣୀଗୁଡିର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବାରଗୁଡା ଗାଁର ସମସ୍ତ ଅଧିବାସୀ ଉପସ୍ଥିତରହି ନୂତନ ଗାଁ ଆବାସ ନଗର ଶିଘ୍ର ସମ୍ପୂର୍ଣ ହେବ ଓ ସେହି ନଗରରେ ସମସ୍ତ ଆଦିବାସୀ ଶାନ୍ତିରେ ନିଜ ପରିବାର ସହିତ ଖୁସିରେ ରହିବେ ସେ ନେଇ ଧରଣୀ ଦେବତାଙ୍କୁ ପ୍ରାର୍ଥନା କରିଥିଲେ। ଏହି ଭୂମିପୂଜା କାର୍ଯ୍ୟକ୍ରମରେ ଆଦିବାସୀଙ୍କ ସହ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଓ କନିଷ୍ଟ ଯନ୍ତ୍ରୀ ରେଣୁକା ଠାକୁର ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.