ଲମ୍ବା ଡିଆଁ ମାରିଲା ପାରଦ, ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଖରାର ତାତି। ଅସ୍ତବ୍ୟସ୍ତ ହୋଇଉଠିଛି ଜନଜୀବନ। ଗତକାଲି ସନ୍ଧ୍ୟାରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ରାତି ବେଳା ତାପମାତ୍ର ଖସିଥିଲା। ମାତ୍ର ଆଜି ସକାଳୁ ଖରାର ପ୍ରଖର ତେଜ ଅନୁଭୂତ ହୋଇଛି। ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହରର ତାପମାତ୍ରା ରହିଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୪୧. ୮ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତ୍ତପ୍ତ ସହର ଥିଲାବେଳେ ବୌଦ୍ଧ, ଭବାନୀପାଟଣା, ମାଲକାନଗିରିରେ ୪୦ ଡିଗ୍ରୀ ଉପରେ ରହିଥିଲା ପାରଦ। ଅନ୍ୟପକ୍ଷରେ ଆସନ୍ତା ୩ ଦିନରେ ତାପାମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.