ଦୂଷିତ ହୋଇପଡ଼ିଛି କେନ୍ଦୁବନ୍ଧର ପାଣି, ପୁନଃରୁଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ପଡାବାସୀ

କେସିଙ୍ଗା, (ବର୍ଦ୍ଧମାନ ଜୈନ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଳା ସ୍ଥିତ କେନ୍ଦୁବନ୍ଧର ପାଣି ସଂପୂର୍ଣ୍ଣ ଭାବେ ଦୂଷିତ ହୋଇପଡ଼ିଛି। ଏହି ପୋଖରୀ ଉପରେ ଉତ୍କେଳା ଗ୍ରାମର ଲାଲପଡ଼ାବାସୀ ନିର୍ଭର କରିଥାନ୍ତି। ତେବେ ଏହି ପାଣିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ସହ ଗାଧୋଇଲେ ଦେହସାରା କୁଣ୍ଡାଇ ହେଉଛି। ସ୍ନାନ ପାଇଁ ଅନ୍ୟ କୈାଣସି ମାଧ୍ୟମ ନଥିବାରୁ ବାଦ୍ଧ୍ୟହୋଇ କେନ୍ଦୁବନ୍ଧ ଉପରେ ନିର୍ଭର କରିଥାନ୍ତି ପଡାର ଶହ ଶହ ମହିଳା ଓ ପୁରୁଷ। ଏହି ପୋଖରୀ ହୁଡ଼ାରେ ଅନେକ ଅନାବନା ଗୁଲ୍ମ ଓ କଣ୍ଟା ଜାତୀୟ ଗଛ ରହିଥିବାରୁ ବିଷାକ୍ତ ସରିଶୃପ ବାସ କରୁଛନ୍ତି। ତେଣୁ ସକାଳ ଓ ସନ୍ଧ୍ୟା ସମୟରେ ଏଠାକୁ ଆସିବାକୁ ଲୋକେ ଭୟ କରୁଛନ୍ତି। ତେଣୁ ଯଥାଶୀଘ୍ର ପୋଖରୀର ପୁନରୁଦ୍ଧାର କରି ଏହି ସମସ୍ୟାର ସମାଧାନ କରିବାକୁ ଲାଲପଡ଼ା ଓ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.