ମଝିଘରିଆଣୀ ଅଟୋ ଚାଳକ ସଂଘ ପକ୍ଷରୁ ଦାବିପତ୍ର : ଅଟୋରେ ୪ଜଣ ଯାତ୍ରୀଙ୍କୁ ନେବାକୁ ପ୍ରଶାସନ ଅନୁମତି ଦିଅ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳାପାଳ ସରୋଜ କୁମାର ମିଶ୍ର ବିଭିନ୍ନ ସଂଗଠନଗୁଡିକକୁ ଡାକି କୋଭିଡ-୧୯ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅଟୋ ଚାଳକ ସଂଘକୁ କରୋନା କାଳରେ ମାତ୍ର ୩ଜଣ ଯାତ୍ରୀଙ୍କୁ ନେବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ପରବର୍ତୀ ସମୟରେ ଏହାକୁ ଦୁଇଟି ଯାତ୍ରୀରେ କଟକଣା କରାଗଲା । ତେବେ ଅଟୋରେ ମାତ୍ର ୨ଜଣ ଯାତ୍ରୀଙ୍କୁ ନେବାରେ ଅଟୋ ଚାଳକମାନେ ବହୁ କ୍ଷତି ଭରଣ କରିବାକୁ ପଡିବ ବୋଲି ଆଜି ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଜିଲ୍ଳା ପ୍ରଶାସନ ମୁତାବକ ଅଟୋରେ ୨ଜଣ ଯାତ୍ରୀଙ୍କୁ ନେଲେ ଅତିରିକ୍ତ ତୈଳ ଦର, ଗାଡିର ଲୋନ ଟଙ୍କା, ପରିବହନ ବିଭାଗର ଫିଟ୍‌ନେଓ, ଟ୍ୟାକ୍ସ ଓ ବୀମା ଦେୟ ସହ ପରିବାର ଭରଣ ପୋଷଣ ଆଦି ଖର୍ଚ୍ଚକୁ ବହନ କରିବା କଷ୍ଟ ହୋଇପଡିବ ଏବଂ ସଂଘ ପକ୍ଷରୁ ଅଟୋ ଭଡା ବୃଦ୍ଧି କଲେ ଯାତ୍ରୀଙ୍କୁ ପ୍ରଭାବିତ କରିବ । ତେଣୁ ସଂଘ ପକ୍ଷରୁ ପ୍ରତ୍ୟେକ ଅଟୋରେ ୪ଜଣ ଯାତ୍ରୀ ନେବାକୁ ଅନୁମତି ପ୍ରଦାନ ସହ ନାଇଟ କର୍ଫ୍ୟୁ ସମୟରେ ରେଳ ଷ୍ଟେସନ, ବସଷ୍ଟାଣ୍ଡ ଏବଂ ଡାକ୍ତରଖାନାକୁ ଯାତାୟାତ ପାଇଁ ଅଟୋ ଚାଳକଙ୍କ ପକ୍ଷେ ନିୟମରେ କୋହଳ କରିବା ପାଇଁ ଉଲ୍ଳେଖ କରାଯାଇଥିବା ବେଳେ ଯାତ୍ରୀ ଓ ଅଟୋ ଚାଳକ ସମସ୍ତେ ମାସ୍କ ପିନ୍ଧିବା ସହ ଶୃଙ୍ଖଳିତ ଭାବେ କୋଭିଡ-୧୯ କଟକଣାକୁ ମାନି ଚଳିବୁ ବୋଲି ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ସୀମାଦ୍ରି ପାଣିଗ୍ରାହୀ, ସଂପାଦକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.